Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୪ଜଣ ଦୈନିକ କରୋନା ସଂକ୍ରମିତ ଚିହ୍ନଟ, ୬୫ଜଣ ମୃତ୍ୟୁ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୪ଜଣ ଦୈନିକ କରୋନା ସଂକ୍ରମିତ ଚିହ୍ନଟ, ୬୫ଜଣ ମୃତ୍ୟୁ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୪ଜଣ ଦୈନିକ କରୋନା ସଂକ୍ରମିତ ଚିହ୍ନଟ, ୬୫ଜଣ ମୃତ୍ୟୁ
July 14
10:21 2021

ଭୁବନେଶ୍ୱର,୧୪/୭ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୦ ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୧୯୨ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୮୮୨ । ସେହିପରି ଆଉ ୬୫ କରୋନା ମୃତକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୯୫କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୯, ବାଲେଶ୍ୱରରୁ ୧୧୫, ବରଗଡ଼ରୁ ୩୮ , ଭଦ୍ରକରୁ ୧୧୦, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି।
କଟକରୁ ୨୮୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ ୩, ଢେଙ୍କାନାଳରୁ ୬୧, ଗଜପତିରୁ ୩, ଗଞ୍ଜାମରୁ ୫, ଜଗତସିଂହପୁରରୁ ୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫ , କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୪୬ କୋରାପୁଟ଼ରୁ ୧୦, ମାଲକାନଗିରିରୁ ୪୭ , ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୫୮ , ନୂଆପଡ଼ାରୁ ୪, ପୁରୀରୁ ୧୩୩, ରାୟଗଡ଼ାରୁ ୧୬ , ସମ୍ବଲପୁରରୁ ୩୦, ସୁବର୍ଣ୍ଣପୁରରୁ ୯, ସୁନ୍ଦରଗଡ଼ରୁ ୫୬, ଷ୍ଟେଟପୁଲରୁ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୬୯ ହଜାର ୨୮୭ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ପଜିଟିଭିଟି ୨.୯୯% ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031