Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୭୭ ଜଣ ୧୮ ବର୍ଷରୁ କମ୍ ବର୍ଗର

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୭୭ ଜଣ ୧୮ ବର୍ଷରୁ କମ୍ ବର୍ଗର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୭୭ ଜଣ ୧୮ ବର୍ଷରୁ କମ୍ ବର୍ଗର
September 16
12:06 2021

ଭୁବନେଶ୍ୱର,୧୬/୯: ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ଜଣ ୧୮ ବର୍ଷରୁ କମ୍ ବର୍ଗର। ୫୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୪୪ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭ ଜଣ ଅଛନ୍ତି।
ଅନୁଗୋଳ ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭, ବରଗଡ଼ରୁ ୮, ଭଦ୍ରକରୁ ୭, ଦେବଗଡ଼ରୁ ୨, ଢେଙ୍କାନାଳରୁ ୯, ଜଗତସିଂହପୁରରୁ ୧୩, ଯାଜପୁରରୁ୨୯, ଝାରସୁଗୁଡ଼ାରୁ୧୧, କେନ୍ଦ୍ରାପଡ଼ାରୁ୧୦, କେନ୍ଦୁଝରରୁ ଜଣେ, କୋରାପୁଟରୁ ୪, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୭, ନୟାଗଡ଼ରୁ ୭,ରାୟଗଡ଼ା ୬, ସମ୍ବଲପୁରରୁ ୬, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୦ ଜଣ ଅଛନ୍ତି। ସେହିଭଳି ଷ୍ଟେଟ୍ ପୁଲ୍ରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୮,୨୯୮ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦,୦୪,୧୬୪ ଜଣ ସୁସ୍ଥ ହୋଇସାରିଛନ୍ତି। ୫,୯୬୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୧୮ କୁ ବୃଦ୍ଧି ପାଇଛି। ଏହି ୪ ମୃତକଙ୍କ ମଧ୍ୟରୁ କଟକରୁ ୨ ଜଣ ଥିବା ବେଳେ ଜଗତସିଂହପୁରରୁ ଓ ଯାଜପୁରରୁ ଜଣେ ଲେଖାଏଁ ଅଛନ୍ତି। ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୨ରେ ପହଞ୍ଚିଥିବା ବେଳେ ଜଗତସିଂହପୁରରେ ୨୯୫ ଓ ଯାଜପୁରରେ ୧୬୨କୁ ବୃଦ୍ଧି ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031