Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯ଜଣ ଦୈନିକ ପଜିଟିଭ ଚିହ୍ନଟ , ଶୁନରୁ ୧୮ ବୟସ ବର୍ଷ ମଧ୍ୟରେ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯ଜଣ ଦୈନିକ ପଜିଟିଭ ଚିହ୍ନଟ , ଶୁନରୁ ୧୮ ବୟସ ବର୍ଷ ମଧ୍ୟରେ

August 30
10:19 2021

ଭୁବନେଶ୍ୱର, ୩୦/୮: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ କିଛି ଦିନ ଧରି ଛୁଆଙ୍କ ସଂକ୍ରମଣ ଶହେ ଉପରେ ରହୁଥିବା ବେଳେ ସେଥିରେ ସାମାନ୍ୟ ବ୍ରେକ୍ ଲାଗିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେଉଁମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ। ଏହାବାଦ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୯୦୧ ରେ ପହଞ୍ଚିଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୩୫୪ ପଜିଟିଭ ବାହାରିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ହେଉଛି ୨୫୫ । ଖୋର୍ଦ୍ଧାରୁ ସର୍ବାଧିକ ୨୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାବାଦ କଟକରୁ ୭୧, ଯାଜପୁରରୁ ୩୬, ଢେଙ୍କାନାଳରୁ ୨୩, ଜଗତସିଂହପୁର, ବାଲେଶ୍ୱରରୁ ୨୧, ପୁରୀରୁ ୨୦ଲେଖାଏ , ଅନୁଗୋଳ ଜିଲ୍ଲାରୁ ୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ରାପଡ଼ାରୁ ୧୯, ଦେବଗଡ଼ରୁ ୧୦, ଭଦ୍ରକ,ବୌଦ୍ଧରୁ ୯ ଜଣ ଲେଖାଏ , ବରଗଡ଼ରୁ ୪, ଗଜପତିରୁ ଜଣେ , ଗଞ୍ଜାମରୁ ୬, ଝାରସୁଗୁଡ଼ାରୁ ୩, କନ୍ଧମାଳରୁ ୫, କେନ୍ଦୁଝରରୁ ୫, କୋରାପୁଟରୁ ୩, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୬, ନୟାଗଡ଼ରୁ ୧୧, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୬, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୮ ଓ ଷ୍ଟେଟ ପୁଲ୍ରୁ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ୬୦୯ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭି ସଂଖ୍ୟା ୧୦,୦୭୧୧୨ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ଅଛି ୭୫୨୮ । ଏହାବାଦ ରାଜ୍ୟରେ ୯୯,୧୬୩୦ଜଣ ସୁସ୍ଥ ହୋଇ ସାରିଲେଣି।
ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକରୁ ୨୦ ଜଣ ଆଖି ବୁଜିଛନ୍ତି। ଏହାବାଦ ଅନୁଗୁଳ ଓ ଜଗତସିଂହପୁରରୁ ୯ ଲେଖାଏଁ, ଖୋର୍ଦ୍ଧାରୁ ୬, ଯାଜପୁର ଜିଲ୍ଲାରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଂଜରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ପୁରୀରୁ ୨ ଜଣ ଲେଖାଏଁ ଆଖି ବୁଜିଛନ୍ତି। ଏହାବ୍ୟତୀତ କଳାହାଣ୍ଡି ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031