Indus Valley Times

ରାଜ୍ୟରେ ଚାଲିଛି ବେଧଡ଼କ ସବୁଜ ଜହର କାରବାର : ନଡ଼ିଆ ଦଉଡ଼ି ଭିତରେ ଯାଉଥିଲା ଗଞ୍ଜେଇ

 Breaking News

ରାଜ୍ୟରେ ଚାଲିଛି ବେଧଡ଼କ ସବୁଜ ଜହର କାରବାର : ନଡ଼ିଆ ଦଉଡ଼ି ଭିତରେ ଯାଉଥିଲା ଗଞ୍ଜେଇ

ରାଜ୍ୟରେ ଚାଲିଛି ବେଧଡ଼କ ସବୁଜ ଜହର କାରବାର : ନଡ଼ିଆ ଦଉଡ଼ି ଭିତରେ ଯାଉଥିଲା ଗଞ୍ଜେଇ
July 22
08:54 2021

ଗଜପତି, ୨୨/୭ : ରାଜ୍ୟରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସବୁଠାରୁ ଅଧିକ ସବୁଜ ଜହର ବା ଗଞ୍ଜେଇ କାରବାର ହେଉଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏବେ ଗଞ୍ଜେଇ କାରବାର ଓ ଚୋର ଚାଲାଣ ବଢି ଚାଲିଛି ।
ବୁଧବାର ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ଭିତରୁ ମଧ୍ୟ ରାଜ୍ୟ ବାହାରକୁ ଚାଲାଣ ହେଉଛି କୋଟି କୋଟି ଟଙ୍କାର ଗଞ୍ଜେଇ । ସୂଚନା ଅନୂସାରେ ଗଜପତି ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ବିହାର କୁ ଚାଲାଣ ହେଉଥିବା ବେଳେ ଧରାପଡିଛି ଛତିଶଗଡ ପୋଲିସ୍ ହାତରେ ।
ନଡିଆ ଦଉଡି ଭିତରେ ପ୍ରାୟ ୭ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ରାଜ୍ୟ ବାହାରକୁ ଯାଉଥିଲା । ତେବେ ଛତିଶଗଡ ପୋଲିସ୍ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଜବତ୍ କରାଯାଇଥିବା ଗଞ୍ଜେଇ ର ଆନୂମାନିକ ବଜାର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।
ଏହି ମାମଲାରେ ଗିରଫ ଦୁଇ ଗଞ୍ଜେଇ ବେପାରି ବିହାରର ହୋଇଥିବା ବେଳେ ଏମାନଙ୍କ ବିରୁଦ୍ଧରେ ନାର୍କୋଟିକ୍ସ ଆକ୍ଟ ଅନୂଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛତିଶଗଡ଼ ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031