Indus Valley Times

ରାଜ୍ୟରେ ଜୁନ୍ ୨୧ରୁ ଖୋଲିବ ସ୍କୁଲ, ୭ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଦେଖି ଜିଲ୍ଲାପାଳ ନେବେ ନିଷ୍ପତ୍ତି

 Breaking News

ରାଜ୍ୟରେ ଜୁନ୍ ୨୧ରୁ ଖୋଲିବ ସ୍କୁଲ, ୭ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଦେଖି ଜିଲ୍ଲାପାଳ ନେବେ ନିଷ୍ପତ୍ତି

ରାଜ୍ୟରେ ଜୁନ୍ ୨୧ରୁ ଖୋଲିବ ସ୍କୁଲ, ୭ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଦେଖି ଜିଲ୍ଲାପାଳ ନେବେ ନିଷ୍ପତ୍ତି
June 19
22:54 2023

ଭୁବନେଶ୍ୱର, ୧୯/୬: ଚଳିତମାସ ୨୧ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ । ଗ୍ରୀଷ୍ମଛୁଟି ପରେ ୨୧ତାରିଖରୁ ସ୍କୁଲ ଖୋଲୁଥିଲେ ମଧ୍ୟ ୭ଟି ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ । ବାକି ୨୩ଟି ଜିଲ୍ଲାରେ ଜୁନ୍ ୨୧ରେ ଗ୍ରୀଷ୍ମଛୁଟି ଖୋଲିବ ଓ ସ୍ୱାଭାବିକ ସମୟରେ ସ୍କୁଲ ପାଠପଢ଼ା ହେବ ।
ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ସମସ୍ତ ସ୍କୁଲର ଗ୍ରୀଷ୍ମ ଛୁଟି ୨୧ତାରିଖରୁ ଖୋଲିବ । ପାଣିପାଗ ଆକଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏନେଇ ବିଚାରବିମର୍ଶ କରିବା ପରେ ୨୧ତାରିଖରୁ ସ୍କୁଲଗୁଡ଼ିକ ସ୍ୱାଭାବିକ ସମୟରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ପ୍ରତିଷେଧକମୂଳକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଭଳି ୭ଟି ଜିଲ୍ଲାର ଜିଲ୍ଲାପାଳମାନେ ପାଣିପାଗ ପରିସ୍ଥିତିକୁ ଚାହିଁ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ଘୋଷଣା କରିପାରିବେ । ଏହି ୭ଟି ଜିଲ୍ଲାକୁ ଛାଡ଼ି ଦେଲେ ବାକି ୨୩ଟି ଜିଲ୍ଲାରେ ସ୍ୱାଭାବିକ ସମୟ(ରେଗୁଲାର ଟାଇମ)ରେ ସ୍କୁଲ ଖୋଲିବ । ବିଭାଗ ପକ୍ଷରୁ ପାଣିପାଗ ସ୍ଥିତି ଉପରେ ସତର୍କ ନଜର ରଖାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରୀଷ୍ମ ଛୁଟିକୁ ଜୁନ୍ ୧୯ତାରିଖ ପରିବର୍ତ୍ତେ ଜୁନ୍ ୨୧ତାରିଖରେ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031