Indus Valley Times

ରାଜ୍ୟରେ ଟୀକାର ଘୋର ଅଭାବ, ୧୬ଟି ଜିଲ୍ଲାରେ ଟୀକାକରଣ ସମ୍ପୂର୍ଣ୍ଣ ବନ୍ଦ

 Breaking News

ରାଜ୍ୟରେ ଟୀକାର ଘୋର ଅଭାବ, ୧୬ଟି ଜିଲ୍ଲାରେ ଟୀକାକରଣ ସମ୍ପୂର୍ଣ୍ଣ ବନ୍ଦ

July 01
10:13 2021

ଭୁବନେଶ୍ବର, ୧/୭ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଟିକା ସରିଯାଇଥିବାରୁ ୧୬ ଜିଲ୍ଲାରେ ଗୁରୁବାର ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଆଜି ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼ରେ ଟିକାକରଣ ବନ୍ଦ ରହିଛି ।
ଆବଶ୍ୟକ ଅନୁସାରେ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣ ବନ୍ଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଆଜି ମାତ୍ର ୧୧୪ କେନ୍ଦ୍ରରେ ଚାଲିଛି ଟିକାକରଣ । ରାଜ୍ୟରେ ମୋଟ ୧୬୧୩ଟି କେନ୍ଦ୍ର ରହିଛି । ସେଥିରୁ ଟିକାକରଣ ୧୪୯୯ ଟିକା କେନ୍ଦ୍ରରେ ବନ୍ଦ ରହିଛି ।
ଗତକାଲି ସୁଦ୍ଧା ରାଜ୍ୟରେ ୧୯ହଜାର ୫୨୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ରହିଛି । ସେହିପରି ୩ ଲକ୍ଷ ୨୪ ହଜାର ୯୧୦ ଡୋଜ୍ କୋଭାକ୍ସିନ ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031