Indus Valley Times

ରାଜ୍ୟରେ ତଳମୁହାଁ ହେଉଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୮, ୮୪୫ କରୋନା ଆକ୍ରାନ୍ତ ଚିହ୍ନଟ

 Breaking News

ରାଜ୍ୟରେ ତଳମୁହାଁ ହେଉଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୮, ୮୪୫ କରୋନା ଆକ୍ରାନ୍ତ ଚିହ୍ନଟ

January 22
10:03 2022

ଭୁବନେଶ୍ୱର, ୨୨/୧: ରାଜ୍ୟରେ ତଳମୁହାଁ ହେଉଛି ସଂକ୍ରମଣ। କିଛି ଦିନ ଧରି ୧୦ ହଜାର ଟ୍ରେଣ୍ଡ ରହିବା ପରେ ଏବେ ଏହା ୮ ହଜାରକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮, ୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫୧୨୮ ଓ ଲୋକାଲ୍ କେସ୍ ୩୭୧୭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୨୭ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨,୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୦୧, କଟକରୁ ୬୨୮ ଚିହ୍ନଟ ହୋଇଛନ୍ତି। ଏହାବାଦ ଅନୁଗୋଳରୁ ୧୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୦, ବରଗଡ଼ରୁ ୧୪୧, ଭଦ୍ରକରୁ ୧୧୭, ବଲାଙ୍ଗିରରୁ ୨୩୨, ବୌଦ୍ଧରୁ ୯୩, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୮୭, ନୟାଗଡ଼ରୁ ୧୯୪, , ନୂଆପଡ଼ାରୁ ୨୦୫, ପୁରୀରୁ ୧୬୫, ରାୟଗଡ଼ାରୁ ୨୨୧, ସମ୍ବଲପୁରରୁ ୧୮୧, ସୋନପୁରରୁ ୨୦୭, ଷ୍ଟେଟପୁଲରୁ ୫୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୬ ହଜାର ୧୪୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦, ୯୯, ୪୨୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍ ହେଉଛି ୮୮, ୧୫୦ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031