Indus Valley Times

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

 Breaking News

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା
June 22
12:22 2026

ଭୁବନେଶ୍ବର, ୨୨/୬ : ରାଜଧାନୀ ଭୁବନେଶ୍ୱର ଓ ରୌପ୍ୟ ନଗରୀ କଟକରେ ଆଜି ସକାଳୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି। ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି। କଟକରେ ଗତକାଲି ରାତିରୁ ଝିପିଝିପି ବର୍ଷା ଲାଗିରହିଥିବା ବେଳେ ଭୁବନେଶ୍ୱରରେ ଆଜି ସକାଳୁ ବର୍ଷା ଲାଗିରହିଛି। ଫଳରେ ଗତ କିଛିଦିନ ଧରି ଅନୁଭୂତ ହେଉଥିବା ଗରମ ଓ ଗୁଳୁଗୁଳିରୁ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ଏହାକୁ ବର୍ଷର ପ୍ରଥମ ମୌସୁମୀ ବର୍ଷା ବୋଲି କୁହାଯାଉଛି । ବର୍ଷା ପ୍ରଭାବରେ ସହରର ତାପମାତ୍ରା ହ୍ରାସ ପାଇଥିବା ସହିତ ପରିବେଶ ମଧ୍ୟ ଶୀତଳ ହୋଇପଡ଼ିଛି। ତେବେ କିଛି ସ୍ଥାନରେ ରାସ୍ତା ଉପରେ ପାଣି ଜମିବା ଯୋଗୁଁ ଯାତାୟାତରେ ସାମାନ୍ୟ ବାଧା ସୃଷ୍ଟି ହୋଇଥିଲା। ସକାଳୁ ବର୍ଷା ଲାଗିରହିଥିବାରୁ କାର‌୍ୟ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ଯାଉଥିବା ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୫ଦିନ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି,ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930