Indus Valley Times

ରାଜ୍ୟରେ ପୁଣି ୧୦ଜଣଙ୍କ ଜୀବନ ନେଲା କରେନା, ମୋଟ୍ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଲା

 Breaking News

ରାଜ୍ୟରେ ପୁଣି ୧୦ଜଣଙ୍କ ଜୀବନ ନେଲା କରେନା, ମୋଟ୍ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଲା

July 26
13:44 2020

ଭୁବନେଶ୍ବର,୨୬/: ରାଜ୍ୟରେ ପୁଣି କରୋନାରେ ୧୦ଜଣଙ୍କ ର ମୃତ୍ୟୁ ଘଟିଛି । ଏହାଫଳରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରବିବାର ଦିନ ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ସଂକ୍ରମତିଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୬୩, ଦୁଇଜଣ ୬୦ ବର୍ଷ ବୟସ୍କ ପୁରୁଷ ଓ ଜଣେ ୫୧ ବର୍ଷୀୟା ମହିଳା ଅଛନ୍ତି। ଏହାଛଡ଼ା ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ଠିକ୍ ସେହିପରି ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ କି କ୍ରୋନିକ୍ କିଡନି ରୋଗରେ ପୀଡ଼ିତ ଥିଲେ ଜ୍ଝ
ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାର ଜଣେ ୩୫ବର୍ଷ ବୟସ୍କ ପୁରୁଷ ଅଛନ୍ତିଜ୍ଝ ଭୁବନେଶ୍ୱରର ଜଣେ ୫୮ ବର୍ଷ ବୟସ୍କା ମହିଳା ଅଛନ୍ତି, ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ, ଡାହାଣ ନିମୋଥୋରାକ୍ସ ଏବଂ ମୋଟାପଣରେ ମଧ୍ୟ ପୀଡ଼ିତ ଥିଲେ।
ଗଜପତି ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ ଜ୍ଝ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ଜ୍ଝ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031