Indus Valley Times

ରାଜ୍ୟରେ ପୁଣି ୧୦ ଜଣଙ୍କର କରୋନାରେ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି

 Breaking News

ରାଜ୍ୟରେ ପୁଣି ୧୦ ଜଣଙ୍କର କରୋନାରେ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି

ରାଜ୍ୟରେ ପୁଣି ୧୦ ଜଣଙ୍କର କରୋନାରେ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି
August 19
12:35 2020

ଭୁବନେଶ୍ବର ୧୯।୮: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ, ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ବରଗଡ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଭଦ୍ରକ ଜିଲ୍ଲାର ଜଣେ ୩୦ ବର୍ଷ ବୟସ୍କା ମହିଳା ଯିଏ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ ।
ଭୁବନେଶ୍ବରର ଜଣେ ୩୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଭୁବନେଶ୍ବରର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କା ମହିଳା, ଜଣେ ୫୮ ବର୍ଷ ବୟସ୍କ ପୁରୁଷ, ଜଣେ ୫୦ ବର୍ଷ ବୟସ୍କ ପୁରୁଷ, ଜଣେ ୪୨ ବର୍ଷ ବୟସ୍କ ପୁରୁଷ । ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ । ଅନ୍ୟ ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930