Indus Valley Times

ରାଜ୍ୟରେ ପୁଣି ୧୩୭୬ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ହଜାର ଟପିଲା

 Breaking News

ରାଜ୍ୟରେ ପୁଣି ୧୩୭୬ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ହଜାର ଟପିଲା

ରାଜ୍ୟରେ ପୁଣି ୧୩୭୬ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ହଜାର ଟପିଲା
July 26
13:36 2020

ଭୁବନେଶ୍ବର,୨୬/୭: ୨୪ ଘଣ୍ଟା ମଧ୍ୟରେ ୧୩୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୩୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୫୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଆଜି ଗଞ୍ଜାମରୁ ସର୍ବାଧିକ ୪୮୪, ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ବରରୁ ୨୯, ବରଗଡ଼ରୁ ୭, ଭଦ୍ରକରୁ ୧୦, ବଲାଙ୍ଗୀରରୁ ୧୯, ବୌଦ୍ଧରୁ ୮, କଟକରୁ ୭୫, ଅନୁଗୁଳରୁ ୫, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୧୫, ଗଜପତିରୁ ୭୪, ଜଗତସିଂହପୁରରୁ ୧୧, ଯାଜପୁରରୁ ୮, ଝାରସୁଗୁଡ଼ା ଜିଲ୍ଲାରୁ ୬, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୧୦୩, ଖୋର୍ଦ୍ଧା ଜିଲ୍ଲାରୁ ୧୮୭, କୋରାପୁଟ ଜିଲ୍ଲାରୁ ୭, ମାଲକାନଗିରି ଜିଲ୍ଲାରୁ ୧୫, ମୟୂରଭଞ୍ଜ ଜିଲ୍ଲାରୁ ୨୨, ନବରଙ୍ଗପୁର ଜିଲ୍ଲାରୁ୨୧, ନୟାଗଡ଼ ଜିଲ୍ଲାରୁ ୩୦, ନୂଆପଡ଼ା ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୯୧ , ରାୟଗଡ଼ା ଜିଲ୍ଲାରୁ ୪୫, ସମ୍ବଲପୁର ଜିଲ୍ଲାରୁ ୧୭, ସୁବର୍ଣ୍ଣପୁର ଜିଲ୍ଲାରୁ ୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୫୩୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୨୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୫୯୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031