Indus Valley Times

ରାଜ୍ୟରେ ପୁଣି ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୯୭ଜଣ ସ୍ଥାନୀୟ ସଂକ୍ରମିତ

 Breaking News

ରାଜ୍ୟରେ ପୁଣି ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୯୭ଜଣ ସ୍ଥାନୀୟ ସଂକ୍ରମିତ

ରାଜ୍ୟରେ ପୁଣି ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୯୭ଜଣ ସ୍ଥାନୀୟ ସଂକ୍ରମିତ
July 18
14:11 2020

ଭୁବନେଶ୍ବର,୧୮/୭: ଶନିବାର ଦିନ ରାଜ୍ୟରେ ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୯୪ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୯୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨, ଖୋର୍ଦ୍ଧାରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି କଟକରେ ୩୮, ଯାଜପୁରରେ ୧୯, ବାଲେଶ୍ବରରେ ୧୩, ଜଗତସିଂହପୁର ଜିଲ୍ଲାରେ ୨୨, ପୁରୀରେ ୬, କେନ୍ଦ୍ରାପଡ଼ାରେ ୮, ଭଦ୍ରକ ଜିଲ୍ଲାରେ ୩, ସୁନ୍ଦରଗଡ଼ରେ ୧୮, ବଲାଙ୍ଗୀରରେ ୯, ମୟୂରଭଞ୍ଜରେ ୨୨, ନୟାଗଡ଼ରେ ୧୧, କେନ୍ଦୁଝରରେ ୨, ଝାରସୁଗୁଡ଼ାରେ ୫, ବରଗଡ଼ ଜିଲ୍ଲାରେ ୩୫, ଅନୁଗୁଳରେ ୧, ମାଲକାନଗିରିରେ ୮, ସମ୍ବଲପୁରରେ ୨୦, ଦେବଗଡ଼ରେ ୩, ବୌଦ୍ଧରେ ୫, ଢେଙ୍କାନାଳ ଜିଲ୍ଲାରେ ୯, କୋରାପୁଟରେ ୪, ରାୟଗଡ଼ା ଜିଲ୍ଲାରେ ୧ ଓ ନବରଙ୍ଗପୁର ଜିଲ୍ଲାରେ ୨୨ରେ ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031