Indus Valley Times

ରାଜ୍ୟରେ ପୁଣି ୬ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ୮ ମୃତ

 Breaking News

ରାଜ୍ୟରେ ପୁଣି ୬ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ୮ ମୃତ

April 24
10:03 2021

ଭୁବନେଶ୍ୱର, ୨୪/୪: ତୃତୀୟ ଦିନରେ ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ପୁଣି ୬ ହଜାର ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୬୬୪୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶନିବାର ୩୦ଜିଲ୍ଲାରୁ ୧୭ଟି ଜିଲ୍ଲାରେ ତିନି ଅଙ୍କ ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହା ସହ ଗତ ୨୩ଦିନରେ ୬୦,୩୨୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୬୬୪୭ ଜଣ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ସ୍ଥାନୀୟ ମାମଲା ୨୭୯୨ଟି ହୋଇଥିବାବେଳେ ୩୮୫୫ଟି କ୍ଵାରେଣ୍ଟିନ ମାମଲା ବୋଲି ଜଣାପଡ଼ିଛି।
ଶନିବାର ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୮ ଏବଂ ନୂଆପଡ଼ାରୁ ୫୫୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନୁଗୁଳରୁ ୧୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୫୩ଜଣ, ବରଗଡ଼ରୁ ୨୯୦, ଭଦ୍ରକରୁ ୪୧ଜଣ, ବଲାଙ୍ଗୀରରୁ ୨୩୪ଜଣ, ବୌଦ୍ଧରୁ ୩୯ଜଣ, କଟକରୁ ୩୩୬ଜଣ, ଦେଓଗଡ଼ରୁ ୩୪ଜଣ, ଢ଼େଙ୍କାନାଳରୁ ୩୪ଜଣ, ଗଜପତିରୁ ୯୬ଜଣ, ଗଞ୍ଜାମରୁ ୧୬୧ଜଣ, ଜଗତସିଂହପୁରରୁ ୬୫ଜଣ, ଯାଜପୁରରୁ ୧୩୩ଜଣ, ଝାରସୁଗୁଡ଼ାରୁ ୩୪୩ଜଣ, କଳାହାଣ୍ଡିରୁ ୩୬୧ଜଣ, କନ୍ଧମାଳରୁ ୨୬ଜଣ, କେନ୍ଦ୍ରାବଡ଼ାରୁ ୪୭ଜଣ, କେନ୍ଦୁଝରରୁ ୧୮୩ଜଣ,କୋରାପୁଟରୁ ୬୭ଜଣ, ମାଲକାନଗିରିରୁ ୧୭ଜଣ, ମୟୂରଭଞ୍ଜରୁ ୧୨୨ଜଣ, ନବରଙ୍ଗପୁରରୁ ୨୨୪ଜଣ, ନୟାଗଡ଼ରୁ ୧୧୦ଜଣ, ପୁରୀରୁ ୩୯୫ଜଣ, ରାୟଗଡ଼ାରୁ ୧୧୬ଜଣ, ସମ୍ବଲପୁରରୁ ୧୭୫ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୭୮୮ଜଣ ଏବଂ ଷ୍ଟେଟ ପୁଲରୁ ୨୬୬ଜଣ ସଂକ୍ରମିତ ରହିଛନ୍ତି।
ଏହା ସହ ଶନିବାର ମଧ୍ୟ ୮ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ ଏବଂ ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031