Indus Valley Times

ରାଜ୍ୟରେ ପ୍ରଥମଥର ପୋଲିସ ସବ୍‌-ଇନ୍ସପେକ୍ଟର ପଦ ପାଇଁ ଆବେଦନ କଲେ ୨୬ ଜଣ ଟ୍ରାନ୍ସଜେଣ୍ଡର

 Breaking News

ରାଜ୍ୟରେ ପ୍ରଥମଥର ପୋଲିସ ସବ୍‌-ଇନ୍ସପେକ୍ଟର ପଦ ପାଇଁ ଆବେଦନ କଲେ ୨୬ ଜଣ ଟ୍ରାନ୍ସଜେଣ୍ଡର

ରାଜ୍ୟରେ ପ୍ରଥମଥର ପୋଲିସ ସବ୍‌-ଇନ୍ସପେକ୍ଟର ପଦ ପାଇଁ ଆବେଦନ କଲେ ୨୬ ଜଣ ଟ୍ରାନ୍ସଜେଣ୍ଡର
July 16
20:37 2021

ଭୁବନେଶ୍ବର, ୧୬/୭ : ରାଜ୍ୟରେ ପ୍ରଥମଥର ୨୬ ଟ୍ରାନ୍ସଜେଣ୍ଡରଙ୍କ ସମେତ ୧.୩ ଲକ୍ଷରୁ ଅଧିକ ପ୍ରାର୍ଥୀ ସବ୍-ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିଛନ୍ତି। ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ ପୂର୍ବରୁ ୪୭୭ଟି ସବ୍-ଇନ୍ସପେକ୍ଟର ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି।
ଅନଲାଇନ୍ ଆବେଦନ ଆରମ୍ଭର ତାରିଖ ଜୁନ୍ ୬ ଥିଲାବେଳେ ଅନଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ଜୁଲାଇ ୧୫ ରହିଥିଲା । ପ୍ରଥମ ଥର ପାଇଁ ତୃତୀୟ ଲିଙ୍ଗ ବ୍ୟକ୍ତିମାନେ ଓଡିଶା ପୋଲିସରେ ଯୋଗଦେବାକୁ ଆବେଦନ କରିଛନ୍ତି ।
ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ୧,୩୨,୪୯୬ ପ୍ରାର୍ଥୀ ଅନଲାଇନ୍ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ୩୪,୯୬୪ ମହିଳା ରହିଛନ୍ତି । ସେହିପରି ସର୍ବାଧିକ ୯୭,୫୦୬ ଜଣ ପୁରୁଷ ପ୍ରାର୍ଥୀ ଆବେଦନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031