Indus Valley Times

ରାଜ୍ୟରେ ଲମ୍ବ ଡିଆଁ ମାରିଲା ଦୈନିକ ସଂକ୍ରମଣ: ୧୮୯୭ଜଣ ପହଞ୍ଚିଲା କରୋନା ଆକ୍ରାନ୍ତ ସଂଖ୍ୟା

 Breaking News

ରାଜ୍ୟରେ ଲମ୍ବ ଡିଆଁ ମାରିଲା ଦୈନିକ ସଂକ୍ରମଣ: ୧୮୯୭ଜଣ ପହଞ୍ଚିଲା କରୋନା ଆକ୍ରାନ୍ତ ସଂଖ୍ୟା

ରାଜ୍ୟରେ ଲମ୍ବ ଡିଆଁ ମାରିଲା ଦୈନିକ ସଂକ୍ରମଣ: ୧୮୯୭ଜଣ  ପହଞ୍ଚିଲା କରୋନା ଆକ୍ରାନ୍ତ ସଂଖ୍ୟା
January 06
11:31 2022

ଭୁବନେଶ୍ୱର,୬/୧: ରାଜ୍ୟରେ ଲମ୍ବ ଡିଆଁ ମାରୁଛି ଦୈନିକ ସଂକ୍ରମଣ । ଗତକାଲି ଆସିଥିବା ରିପୋର୍ଟରେ ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆସିଥିବା ରିପୋର୍ଟରେ ତାହା ୧୮୯୭ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୧୦୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୭୯୧ଟି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୨୫୮ ଜଣ ଅଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୨୬୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୮, ସମ୍ବଲପୁରରୁ ୧୨୫, ବାଲେଶ୍ୱରରୁ ୧୦୦, ଝାରସୁଗୁଡ଼ାରୁ ୬୬, କେନ୍ଦୁଝରରୁ ୩୧, ଯାଜପୁରରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ଅନୁଗୋଳରୁ ୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୬, ଭଦ୍ରକରୁ ୭, ବଲାଙ୍ଗିରରୁ ୬, ବୌଦ୍ଧରୁ ୩, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୪, ଗଜପତିରୁ ୨, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୯, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨, କୋରାପୁଟରୁ ୧୫, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨୫, ନୟଗଡ଼ରୁ ୧୪, ନୂଆପଡ଼ାରୁ ୧୨, ପୁରୀରୁ ୫୪, ରାୟଗଡ଼ାରୁ ୭, ସୋନପୁରରୁ ୧୩, ଓ ଷ୍ଟେଲ ପୁଲରୁ ୧୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୦, ୫୯,୭୭୩ରେ ପହଞ୍ଚିଥିବା ବେଳେ ୧୦,୪୫,୫୧୪ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ରାଜ୍ୟରେ ଆକ୍ଟିଭ କେସ୍ ରହିଛି ୫୭୩୯ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୬ ଦିନରେ ୫ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମନାକୁ ଆସିଛି। ସେହିପରି ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ ଦୈନିକ ସଂକ୍ରମଣ ୯୦ ହଜାରକୁ ବୃଦ୍ଧି ପାଇଥିବା ବେଳେ ଏଯାବତ ୨୬୩୦ ଜଣ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031