Indus Valley Times

ରାଜ୍ୟରେ ୧୦ ହଜାର ଡେଇଁଲା ଦୈନିକ କରୋନା ସଂକ୍ରମଣ

 Breaking News

ରାଜ୍ୟରେ ୧୦ ହଜାର ଡେଇଁଲା ଦୈନିକ କରୋନା ସଂକ୍ରମଣ

ରାଜ୍ୟରେ ୧୦ ହଜାର ଡେଇଁଲା ଦୈନିକ କରୋନା ସଂକ୍ରମଣ
January 13
10:32 2022

ଭୁବନେଶ୍ବର, ୧୩/୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୮୩୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୨୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୭୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୬ ଜଣ, ବାଲେଶ୍ୱରରୁ ୨୭୮ ଜଣ, ବରଗଡ଼ରୁ ୭୬ ଜଣ, ଭଦ୍ରକରୁ ୧୩୮ ଜଣ, ବଲାଙ୍ଗୀରରୁ ୨୧୬ ଜଣ, ବୌଦ୍ଧ ଜିଲ୍ଲାରୁ ୧୫, କଟକରୁ ୮୭୦ ଜଣ, ଦେବଗଡ଼ରୁ ୧୮ ଜଣ, ଢେଙ୍କାନାଳରୁ ୫୦ ଜଣ, ଗଜପତିରୁ ୮୨, ଗଞ୍ଜାମରୁ ୧୫୪ ଜଣ, ଜଗତସିଂହପୁରରୁ ୧୪୨ ଜଣ, ଯାଜପୁରରୁ ୨୧୨ ଜଣ, ଝାରସୁଗୁଡ଼ାରୁ ୨୧୯ ଜଣ, କଳାହାଣ୍ଡିରୁ ୧୨୩ ଜଣ, କନ୍ଧମାଳରୁ ୩୬ ଜଣ, କେନ୍ଦ୍ରାପଡ଼ାରୁ ୫୧ ଜଣ, କେଉଁଝରରୁ ୧୦୯ ଜଣ, ଖୋର୍ଦ୍ଧାରୁ ୩୧୮୮ ଜଣ, କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟରୁ ୧୫୫ ଜଣ, ମାଲକାନଗିରିରୁ ୧୭ ଜଣ, ମୟୁରଭଞ୍ଜରୁ ୪୨୩ ଜଣ, ନବରଙ୍ଗପୁରରୁ ୧୨୨, ନୟାଗଡ଼ରୁ ୧୦୨ ଜଣ, ନୂଆପଡ଼ାରୁ ୬୬ ଜଣ, ପୁରୀରୁ ୨୭୨ ଜଣ, ରାୟଗଡ଼ାରୁ ୧୩୧ ଜଣ, ସମ୍ୱଲପୁରରୁ ୫୭୦ ଜଣ, ସୋନପୁରରୁ ୧୦୬, ସୁନ୍ଦରଗଡ଼ରୁ ୧୩୪୮ ଜଣ ଓ ଷ୍ଟେଟ ପୁଲରୁ ୭୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୦୧,୬୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୪୮, ୭୩୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୪, ୩୪୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031