Indus Valley Times

ରାଜ୍ୟରେ ୧୩୮୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

 Breaking News

ରାଜ୍ୟରେ ୧୩୮୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

November 02
13:55 2020

ଭୁବନେଶ୍ବର: ରାଜ୍ୟରେ ସୋମବାର ଦିନ ୧୩୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୯୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୩ହଜାର ୨୧୪କୁ ବୃଦ୍ଧି ପାଇଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ ଅନୁଗୁଳ ଜିଲ୍ଲାରୁ ୬୦, ବାଲେଶ୍ବର ଜିଲ୍ଲାରୁ ୫୯, ବରଗଡ଼ ଜିଲ୍ଲାରୁ ୭୧, ଭଦ୍ରକରୁ ୫୨, ବଲାଙ୍ଗୀର ଜିଲ୍ଲାରୁ ୭୦, ବୌଦ୍ଧ ଜିଲ୍ଲାରୁ ୭, ଦେବଗଡ଼ରୁ ୯, ଢେଙ୍କାନାଳ ଜିଲ୍ଲାରୁ ୨୦, ଗଜପତିରୁ ୪, ଗଞ୍ଜାମ ଜିଲ୍ଲାରୁ୧୧, ଜଗତସିଂହପୁର ଜିଲ୍ଲାରୁ ୫୩, ଯାଜପୁର ଜିଲ୍ଲାରୁ ୪୬, ଝାରସୁଗୁଡ଼ା ଜିଲ୍ଲାରୁ ୩୫, କଳାହାଣ୍ଡି ଜିଲ୍ଲାରୁ ୨୭, କନ୍ଧମାଳ ଜିଲ୍ଲାରୁ ୧୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୦, କେନ୍ଦୁଝର ଜିଲ୍ଲାରୁ ୪୯, କୋରାପୁଟ ଜିଲ୍ଲାରୁ ୧୩, ମାଲକାନଗିରି ଜିଲ୍ଲାରୁ ୨୫, ମୟୂରଭଞ୍ଜ ଜିଲ୍ଲାରୁ ୫୫, ନବରଙ୍ଗପୁର ଜିଲ୍ଲାରୁ ୨୪, ନୟାଗଡ଼ ଜିଲ୍ଲାରୁ ୨୨, ନୂଆପଡ଼ା ଜିଲ୍ଲାରୁ ୫୯, ପୁରୀ ଜିଲ୍ଲାରୁ ୫୮, ରାୟଗଡ଼ ଜିଲ୍ଲାରୁ ୧୦, ସମ୍ବଲପୁର ଜିଲ୍ଲାରୁ ୩୪ , ସୁବର୍ଣ୍ଣପୁର ଜିଲ୍ଲାରୁ ୩୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031