Indus Valley Times

ରାଜ୍ୟରେ ୫୯୪ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୪ଜଣଙ୍କ ମୃତ୍ୟୁ

 Breaking News

ରାଜ୍ୟରେ ୫୯୪ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୪ଜଣଙ୍କ ମୃତ୍ୟୁ

November 27
20:48 2020

ଭୁବନେଶ୍ବର,୨୭/୧୧: ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଦିନ ୫୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୧ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଫଳରେମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୭୨୩୯ ରେ ପହଞ୍ଚିଛି। ଏହା ସହ ଶୁକ୍ରବାର ଦିନ ୧୪ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।। ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୪ ଜଣ ଅଛନ୍ତି । ସେହିପରି ଅନୁଗୁଳରୁ ୩ ଜଣ, ଭୁବନେଶ୍ୱରରୁ ୨, ବାଲେଶ୍ୱରରୁ ୨, ନୟାଗଡ ଓ ପୁରୀରୁ ଜଣେ ଲଖାଏଁ କରୋନାରେ ପ୍ରାଣ ହରାଇଛନ୍ତି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩୪ଜଣ, ବରଗଡ଼ରୁ ୧୪ଜଣ, ଭଦ୍ରକରୁ ୧୧ଜଣ, ବଲାଙ୍ଗୀରରୁ ୪୨ଜଣ, ବୌଦ୍ଧରୁ ୩, କଟକରୁ ୫୫ଜଣ, ଦେବଗଡ଼ରୁ ୩ ଜଣ , ଢେଙ୍କାନାଳରୁ ୨ଜଣ, ଗଜପତିରୁ ୧ଜଣ, ଗଞ୍ଜାମରୁ ୮ଜଣ, ଜଗତ୍ସିଂହପୁରରୁ ୨୪ଜଣ, ଯାଜପୁରରୁ ୧୦ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କଳାହାଣ୍ଡିରୁ ୨୦ଜଣ, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୧୬ଜଣ, କେନ୍ଦୁଝରରୁ ୧୯ଜଣ, ଖୋର୍ଦ୍ଧାରୁ ୫୬ଜଣ, ମାଲକାନଗିରିରୁ ୬ଜଣ, ମୟୂରଭଞ୍ଜରୁ ୪୨ଜଣ, ନବରଙ୍ଗପୁରରୁ ୧ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ୨୫ଜଣ, ପୁରୀରୁ ୩୭ ଜଣ, ରାୟଗଡ଼ାରୁ ୫ଜଣ, ସମ୍ବଲପୁରରୁ ୧୭ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୫୫ଜଣ ଓ ଷ୍ଟେଟ୍ ପୁଲ୍ରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031