Indus Valley Times

ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଆସିବ ‘ସୁଭଦ୍ରା’ ଟଙ୍କା, ବଡ ଅପ୍‌ଡେଟ୍ ଦେଲେ ଉପ-ମୁଖ୍ୟମନ୍ତ୍ରୀ

 Breaking News

ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଆସିବ ‘ସୁଭଦ୍ରା’ ଟଙ୍କା, ବଡ ଅପ୍‌ଡେଟ୍ ଦେଲେ ଉପ-ମୁଖ୍ୟମନ୍ତ୍ରୀ

ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଆସିବ ‘ସୁଭଦ୍ରା’ ଟଙ୍କା, ବଡ ଅପ୍‌ଡେଟ୍ ଦେଲେ ଉପ-ମୁଖ୍ୟମନ୍ତ୍ରୀ
February 07
14:12 2025

ଭୁବନେଶ୍ବର, ୭/୨: ଆସନ୍ତାକାଲି (୮ତାରିଖ) ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ।
ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ହେଉଛି ବିକାଶର ମୂଳପିଣ୍ଡି। ଆସନ୍ତାକାଲି ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ପରେ ମୋଟ୍ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ। ନିବେଦନ କରିବା ପରେ ୬୮ ହଜାର ଲାଭାର୍ଥୀ ଏନପିସିଆଇ କରିସାରିଛନ୍ତି।
ଶ୍ରୀମତୀ ପରିଡ଼ା କହିଛନ୍ତି, ଏବେବି କିଛି ଆବେଦନକାରୀଙ୍କର ଏନ୍ପିସିଆଇ ସମସ୍ୟା ରହିଛି। ସେମାନେ ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ। ପ୍ରାୟ ୧ଲକ୍ଷ ଆବେଦନକାରୀଙ୍କର ଇ-କେୱାଇସି ସମସ୍ୟା ଅଛି। ଏହାକୁ ଆସନ୍ତା ୮ତାରିଖ ସୁଦ୍ଧା ସମାଧାନ କରିଥିଲେ ସେହିଦିନ ତାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯଦି ଏବେ ଟଙ୍କା ପାଇବେନି ତେବେ ଆସନ୍ତା ମାସେ ମଧ୍ୟରେ ଇ-କେୱାଇସି ଦାଖଲ କରିପାରିବେ। ଏହାହେଲେ ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତିରେ ଉପକୃତ ହୋଇପାରିବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930