Indus Valley Times

ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିାତାରେ ଅଂଶଗ୍ରହଣ କରିବେ ବୌଦ୍ଧଜିଲ୍ଲାର ଖେଳାଳୀ

 Breaking News

ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିାତାରେ ଅଂଶଗ୍ରହଣ କରିବେ ବୌଦ୍ଧଜିଲ୍ଲାର ଖେଳାଳୀ

December 12
20:24 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨ା୧୨ : ରାଜ୍ୟ ଖୋ ଖୋ ସଂଘ ଦ୍ୱାରା ଅନୁଗୁଳଠାରେ ଆୟୋଜିତ ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯେଗାଗିତାରେ ଅଂଶଗ୍ରହଣ କରିବାପାଇଁ ବୌଦ୍ଧଜିଲ୍ଲା ର ୧୨ ଜଣିଆ ଦଳ ରବିବାର ଦିନ ଯାତ୍ରା କରିଛନ୍ତି ।
ଜିଲ୍ଲା କ୍ରିଡା ସଂସଦ ଆନୁକୂଲ୍ୟରେ ପ୍ରେରଣ କରାଯାଇଥିବା ଏହି ଖୋ ଖୋ ଦଳରେ ହରଜିତ କୁମାର ପ୍ରଧାନ, ମାନସ କୁମାର ପ୍ରଧାନ,ରୋହିତ କୁମାର କ୍ଷେତି, ଓାହିଲ ମନ୍ଥନ ସେଠ୍‌, ଜୁବାନଶ୍ୱ ମହାକୁଡ,ଦେବାନନ୍ଦ ସଲମା,ଆକାଶ ସୁନା, ଅମରେଶ ଝାଙ୍କର, ସୌରଭ ବେହେରା, ତନ୍ମୟ କୁମାର ଅମାତ, ଅମ୍ରିତ କୁମାର ସେଠୀ ଓ ଅବିନାଶ ବିଶ୍ୱାଳ ସାମିଲ ହୋଇଛନ୍ତି । ଖେଳାଳୀମାନଙ୍କ ସହିତ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ଓ ଟିମ ମ୍ୟାନେଜର ହିମାଂଶୁ ଶେଖର ମାଝି ମଧ୍ୟ ଯାତ୍ରା କରିଛନ୍ତି ।
ବୌଦ୍ଧଜିଲ୍ଲା କ୍ରିଡା ସଂସଦ ସମ୍ପାଦକ ରବିନ୍ଦ୍ର କୁମାର ରାଉତ ଓ ବରିଷ୍ଠ କ୍ରୀଡାବିତ ଶଶାଙ୍କ ଶେଖର ମିଶ୍ର ବୌଦ୍ଧ ବସଷ୍ଟାଣ୍ଡଠାରେ ଖେଳାଳୀମାନଙ୍କୁ ଶୁଭେଛା ଜଣାଇବା ସହିତ ଉତ୍ତମ ଖେଳ ପ୍ରଦର୍ଶନ କରି ବିଜୟୀ ହେବା ସହିତ ଜିଲ୍ଲା ପାଇଁ ଗୌରବ ଆଣିବାକୁ ଉତ୍ସାହିତ କରିଥିଲେ ।
ବୌଦ୍ଧଜିଲ୍ଲା ଚିତ୍ରକଳା ଶିଳ୍ପୀ ସଂଘର ବୈଠକ
ବୌଦ୍ଧ ,୧୨/୧୨: ବୌଦ୍ଧଜିଲ୍ଲା ଚିତ୍ରକଳା ଶିଳ୍ପୀ ସଂଘର ଏକ ଜରୁରୀ ବୈଠକ ଗିରାସିଙ୍ଗା ସ୍ଥିତ ଜଗନ୍ନାଥ ବନ ପ୍ରକଳ୍ପରେ ସଂଘର ସଭାପତି ଅନିଲ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ସଂଘର ପଞ୍ଜିକରଣ କିପରି ହେବ ତାହା ଉପରେ ଆଲୋଚନା ହେବା ସହିତ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ସଂଘ ମାଧ୍ୟମରେ ସରକାରୀ କାର୍ଯ୍ୟ କିପରି ଆସିବ ଓ ସମସ୍ତେ ଏକତ୍ରିତ ହୋଇ କାମ କରିବା ନେଇ ଆଲୋଚନା ହୋଇଥିଲା ।
ବୈଠକରେ ଉପସଭାପତି ନାରଦ ସେଠୀ, ସଂପାଦକ ପ୍ରଭାସ ଦାନୀ,ସହସଂପାଦକ ଆହ୍ଲାଦ ଠାକୁର,କୋଷାଧ୍ୟକ୍ଷ ଅଜୟ ପ୍ରଧାନ, ବରିଷ୍ଠ ସଦସ୍ୟ ସୁନିଲ ସ୍ୱାଇଁ,ପ୍ରଶାନ୍ତ ନେପାକ, ମୋହନ ରଣା, ରମାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
କଳାକାର ଭତ୍ତା ପାଇଁ ଚୟନ ପ୍ରକ୍ରିୟା ୧୬ ରୁ ଆରମ୍ଭ
ବୌଦ୍ଧ,୧୨ା୧୨: ବୌଦ୍ଧଜିଲ୍ଲାରେ ଶହ ଶହ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ତିନୋଟି ବ୍ଲକରେ ବହୁ ସଂଖ୍ୟାରେ କଳାକାର ଭତ୍ତା ନିମନ୍ତେ ଆବେଦନ କରିଥିବାବେଳେ ସ୍ୱଛତାର ସହିତ ପ୍ରକୃତ କଳାକାରଙ୍କୁ ଚିହ୍ନଟ କରି ଭତା ପାଇଁ ତାଙ୍କରି ଆବେଦନ ସରକାରଙ୍କ ନିକଟକୁ ପଠାଇବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।
ତେଣୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧ ଏନଏନସି ଓ ତିନୋଟି ବ୍ଲକରେ ଭତା ପାଇଁ ଆବେଦନ କରିଥିବା କଳାକାର ଚିହ୍ନଟ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଆସନ୍ତା ୧୬ ତାରିଖ ଦିନ ବୌଦ୍ଧ ଏନଏସି ପାଇଁ କଳାକାର ଚିହ୍ନଟ ପ୍ରକ୍ରିୟା ଦିନ ୧୧ ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ୧୭ ତାରିଖରେ ବୌଦ୍ଧ ବ୍ଲକ,୧୮ ତାରିଖରେ ହରଭଙ୍ଗା ବ୍ଲକ ଓ ୧୯ ତାରିଖରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟମାନଙ୍କରେ ନିର୍ଦ୍ଧାରିତ ସମୟରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ।
ଭତା ପାଇଁ ଆବେଦନ କରିଥିବା କଳାକାରମାନେ ନିଜର ସମସ୍ତ ଅରିଜିନାଲ ସାର୍ଟିଫିକେଟ ସହିତ କଳା ପ୍ରଦର୍ଶନର ଭିଡିଓ କ୍ଲିପ(ମୋବାଇଲରେ) ନେଇ ପହଞ୍ଚିବାକୁ ସୂଚନା ଦିଆଯାଇଛି । ଯେଉଁ କଳାକାରମାନେ ନିଜର କଳା ପ୍ରଦର୍ଶନର ଭିଡିଓ କ୍ଲିପ ଦେଇପାରିବେନାହିଁ ସେମାନେ ନିର୍ଦ୍ଧାରିତ ସ୍ଥାନରେ ନିଜର କଳା ପ୍ରଦର୍ଶନ କରିବାର ସୂଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031