Indus Valley Times

ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ, ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ ମଧ୍ୟ ସାମିଲ

 Breaking News

ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ, ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ ମଧ୍ୟ ସାମିଲ

ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ, ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ ମଧ୍ୟ ସାମିଲ
July 17
20:06 2021

ଭୁବନେଶ୍ୱର, ୧୭/୭ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ଏଥିରେ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ (ଓସ୍ୱାନ୍) ମଧ୍ୟ ସାମିଲ ରହିଛି । ଏହି ପ୍ରକଳ୍ପରେ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ବଢ଼ାଇବ ।
ରାଜ୍ୟ କ୍ୟାବିନେଟ୍‌ରେସିଇଟିକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ସ୍ଥିର ହୋଇଛି । ସେହିପରି ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ପ୍ରସସ୍ତୀକରଣକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ୨ ଲେନ୍ ବିଶିଷ୍ଟ ଏହି ପ୍ରସସ୍ତୀକରଣ କାମରେ ୧୦୨.୬୫ କୋଟି ଟଙ୍କା ଖର୍ଚ୍ଚ ହେବ ।
ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡାଲାଇଟ ପଥ ଉପରୁ ରୟାଲଟି ଛାଡ଼ ହେବ । ଖଣ୍ଡାଲାଇଟ୍ ପଥର ଅବଢ଼ା ଯୋଜନା ଓ ଅନ୍ୟ ଐତିହ୍ୟସ୍ଥଳ ବିକାଶରେ ଲାଗିବ । ରାଜ୍ୟ ସରକାର ମେଗା ପାଇପ୍ ପାଣି ଯୋଗାଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ସୁନ୍ଦରଗଡ଼, କେନ୍ଦୁଝର ଓ କଟକରେ ଏହି ପ୍ରକଳ୍ପ କାମ କରିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031