Indus Valley Times

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବବର୍ଷ ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

 Breaking News

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବବର୍ଷ ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବବର୍ଷ ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
December 30
18:24 2022

ଭୁବନେଶ୍ୱର,୩୦/୧୨: ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି।
ମହଙ୍ଗା ଭତ୍ତା ବଢ଼ିବା ଯୋଗୁ ଉଭୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ। ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା।ଚ୍ଚ
ଏହାପୂର୍ବରୁ ଦଶହରାରେ ସମୟରେ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା । ସେ ସମୟରେ ୩% ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଥିଲା । ଆଉ ଏହାକୁ ଜାନୁଆରୀ ମାସରୁ ପିଛିଲା ଭାବରେ ଲାଗୁ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031