Indus Valley Times

ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ : ‘ଫୁଟବଲ୍ ଫର୍ ଅଲ୍’ ଯୋଜନା ଆରମ୍ଭ

 Breaking News

ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ : ‘ଫୁଟବଲ୍ ଫର୍ ଅଲ୍’ ଯୋଜନା ଆରମ୍ଭ

ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ : ‘ଫୁଟବଲ୍ ଫର୍ ଅଲ୍’ ଯୋଜନା ଆରମ୍ଭ
October 10
20:14 2022

ଭୁବନେଶ୍ବର, ୧୦/୧୦: ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି। ହକି ଭଳି ଫୁଟବଲ୍ର ମଧ୍ୟ ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ପିଲାଙ୍କ ପାଇଁ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି ଲାଗି ଯୋଜନାର ଶୁଭାରମ୍ଭ କରିଛନ୍ତି। ସ୍କୁଲ ପିଲାଙ୍କୁ ଫୁଟବଲ ପ୍ରତି ଆଗ୍ରହୀ କରାଇବା ପାଇଁ ‘ଫୁଟବଲ୍ ଫର୍ ଅଲ୍’ ଯୋଜନା ଆରମ୍ଭ ହୋଇଯାଇଛି। ରାଜ୍ୟର ୨ ହଜାର ସ୍କୁଲରେ ପିଲାମାନଙ୍କୁ ୪୩ ହଜାର ଫୁଟବଲ ବଣ୍ଟନ ହେବ। ଏହି ପଦକ୍ଷେପ ଦ୍ବାରା ଆମ ରାଜ୍ୟରେ ତୃଣମୂଳସ୍ତରରେ ଫୁଟବଲ୍ ଖେଳର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଓଡ଼ିଶାରେ ଫୁଟବଲ ଖେଳର ବିକାଶ ପାଇଁ କିଟ୍-କିସ୍ର ଭାଗିଦାରୀରେ ଫିଫା ଦ୍ବାରା ଏହି ପଦକ୍ଷେପ ନିଆଯାଇଛି। ଭାରତରେ ଫୁଟବଲ୍ର ବିକାଶ ପାଇଁ ଫିଫା ପକ୍ଷରୁ ପ୍ରଥମ ଥର ଏକ ବଡ଼ଧରଣର ପଦକ୍ଷେପ ହାତକୁ ନିଆଯାଇଛି।
ଭର୍ଚୁଆଲ ମାଧ୍ୟମେରେ ଯୋଡ଼ିହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଫୁଟବଲ ହେଉଛି ଏକ ଲୋକପ୍ରିୟ ଖେଳ। ଏହି ଖେଳ ସହିତ ପୂରା ବିଶ୍ବ ଯୋଡ଼ି ହୋଇଛି। ଆଶା କରୁଛି, କାର‌୍ୟ୍ୟକ୍ରମ ମାଧ୍ୟମରେ ଦେଶରେ ଫୁଟବଲ ଖେଳର ବିକାଶ ହୋଇପାରିବ। ବିଶେଷ ଭାବରେ ଆମକୁ ମହିଳା ଫୁଟବଲ ଉପରେ ଅଧିକ ଗୁରୁତ୍ବ ଦେବାର ଅଛି। ବିଶ୍ବକପକୁ ଦୃଷ୍ଟିରେ ରଖି ଆମେ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିଛେ। ସେହିପରି ଖେଳାଳିଙ୍କ ବିକାଶ ପାଇଁ କୋଚ୍ ନିଯୁକ୍ତ କରିଛେ। ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ବକପ ପାଇଁ ଓଡ଼ିଶା ଆୟୋଜକ ହୋଇପାରିଛି। ଏହା ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ। ଆମେ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍) ଓ ଫିଫା ସହିତ ଯୋଡ଼ିହୋଇଛେ। ଏହି ବିଶ୍ବକପ୍ ରାଜ୍ୟରେ ଫୁଟବଲ୍ ଖେଳର ବିକାଶରେ ସହାୟକ ହେବ। ଓଡ଼ିଶାରେ ଏହି କାର‌୍ୟ୍ୟକ୍ରମର ଆୟୋଜନ ପାଇଁ ଫିଫା ଚୟନ କରିବା ଓ ଡ. ଅଚ୍ୟୁତ ସାମନ୍ତଙ୍କ ଭୂମିକାକୁ ଧନ୍ୟବାଦ ଜଣାଉଛି।
ଭର୍ଚୁଆଲ ବୈଠକରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କନ୍ଧମାଳ ସାଂସଦ ତଥା କିଟ-କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଫିଫାର ସେକ୍ରେଟାରୀ ଜେନେରାଲ ଫାତମା ସମୌରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ୍ ଓ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବସ୍ଥି ଏସ୍ ଉପସ୍ଥିତ ଥିଲେ। ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ବେହେରା ଭୁବନେଶ୍ବରସ୍ଥିତ ୟୁନିଟ-୯ ବାଳିକା ବିଦ୍ୟାଳୟ ଓ କ୍ୟାପିଟାଲ ହାଇସ୍କୁଲର ପିଲାମାନଙ୍କୁ ଫୁଟବଲ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031