Indus Valley Times

ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ : ବି.ରାଧିକାଙ୍କୁ ନୂଆ ଦାୟିତ୍ୱ

 Breaking News

ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ : ବି.ରାଧିକାଙ୍କୁ ନୂଆ ଦାୟିତ୍ୱ

December 15
18:11 2023

ଭୁବନେଶ୍ବର, ୧୫/୧୨: ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଲା ପରେ ଆଇପିଏସ୍ ବି ରାଧିକାଙ୍କୁ ନୂଆ ଦାୟିତ୍ବ ମିଳିଛି। ୧୯୮୯ ବ୍ୟାଚ୍ର ପୁଲିସ ଅଧିକାରୀ ବି ରାଧିକାଙ୍କୁ ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି। ଏଥି ସହିତ ସେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ୍)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହପରି ରାଜ୍ୟ ସରକାର ୨୦୦୧ ବ୍ୟାଚ୍ର ଆଇପିଏସ୍ ତଥା ଆଇଜି ଶାଇନି ଏସ୍ଙ୍କୁ ସିଏଡବ୍ଲ୍ୟୁଆଣ୍ଡିସିଡବ୍ଲ୍ୟୁରେ ଆଇଜି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ୨୦୦୪ ବ୍ୟାଚ୍ର ଆଇପିଏସ୍ ତଥା ଆଇଜି ଆଶିଷ ସିଂଙ୍କୁ ଓପିଏଚ୍ଡବ୍ଲ୍ୟସିରେ ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031