Indus Valley Times

ରାଜ୍ୟ ସରକାର ୧୧୪୫୦ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର, ଅଗଷ୍ଟ ୨୩ରେ ପ୍ରକାଶ ପାଇବ ବିଜ୍ଞପ୍ତିି

 Breaking News

ରାଜ୍ୟ ସରକାର ୧୧୪୫୦ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର, ଅଗଷ୍ଟ ୨୩ରେ ପ୍ରକାଶ ପାଇବ ବିଜ୍ଞପ୍ତିି

August 10
20:28 2021

ଭୁବନେଶ୍ୱର, ୧୦/୮ : ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ବିଜେଡି ସରକାର ୧୧୪୫୦ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘଦିନ ଧରି ଶିକ୍ଷକ ପଦବୀ ପୂରଣ ହୋଇନଥିବାବେଳେ ପ୍ରାୟ ୪୦ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି ।
୩ଟି ପର୍ଯ୍ୟାୟରେ ଏହି ଶିକ୍ଷକ ପଦବୀ ପୂରଣ ହେବ। ଚଳିତମାସ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୦୫୫ଟି ହିନ୍ଦି, ୧୩୦୪ଟି ସଂସ୍କୃତ ଓ ୧୨୬୦ଟି ପିଇଟି ଶିକ୍ଷକ ପଦବୀ ପୂରଣ କରାଯିବ। ଏହି ମୋଟ ୪୬୧୯ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚଳିତମାସ ୨୩ ତାରିଖରେ ବିଜ୍ଞାପନ ପ୍ରକାଶ ପାଇବ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ରେ ୬୦୬୫ଟି ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି) ଓ ତେଲଗୁ ଶିକ୍ଷକ ନିମନ୍ତେ ବିଜ୍ଞାପନ ବାହାରିବ। ତୃତୀୟ ପର‌୍ୟ୍ୟାୟରେ ୯୪୦ଟି ନୂତନ ଭାବେ ସୃଷ୍ଟି ହୋଇଥିବା ଟିଜିଟି, କ୍ଲାସିକାଲ ଓ ହିନ୍ଦି ଶିକ୍ଷକଙ୍କ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ଶିକ୍ଷକ ପଦବୀ ପୂରଣ ନିମନ୍ତେ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031