Indus Valley Times

ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜୀଙ୍କ ସଫଳତା

 Breaking News

ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜୀଙ୍କ ସଫଳତା

October 14
20:06 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୧୦ : ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ଅଧୀନରେ ୧୭ ଜଣ ତୀରନ୍ଦାଜୀ; ସମ୍ବଲପୁର ଜିଲ୍ଲାର ଯୁଜୁମୁରା ଉଚ୍ଚ ବିଦ୍ୟାଳୟ ନିକଟ ହକି ପଡିଆରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଚାରି ଦିନ ଧରି ଅନୁଷ୍ଠିତ ରାଜ୍ୟ ସ୍ତରୀୟ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ସାରା ରାଜ୍ୟର ମୋଟ ୨୦ଟି ଜିଲ୍ଲାରୁ ପ୍ରାୟ ୪୦୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।
ଉକ୍ତ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ଅଧୀନରେ ପ୍ରଶିକ୍ଷଣ ନେଉଥିବା ତୀରନ୍ଦାଜୀ ୧୩ ବର୍ଷରୁ କମ ବାଳକ ବିଭାଗର ଇଣ୍ଡିଆନ ରାଉଣ୍ଡରେ ଅମ୍ଳାନ କଅଁର, ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ୧୪ ବର୍ଷରୁ କମ ବାଳିକା ବିଭାଗର ଇଣ୍ଡିଆନ ରାଉଣ୍ଡରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଇଣ୍ଡିଆନ ରାଉଣ୍ଡର ସବଜୁନିଅର ବାଳକ ବିଭାଗରେ ସୂରଜ କୁମାର ମେହେର ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
୧୫ ବର୍ଷରୁ କମ ବାଳକ ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ଆଦିତ୍ୟ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ପ୍ରାପ୍ତ କରିଥିବା ବେଳେ ଓ ୧୭ ବର୍ଷରୁ କମ ବାଳକ ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ସୁବ୍ରତ ନାୟକ ତୃତୀୟ ସ୍ଥାନ ଅଧିକାର କରି ବୋଞ୍ଜ ପଦକ ପ୍ରାପ୍ତକରିଛନ୍ତି ।
ଏହି ସମସ୍ତ ତୀରନ୍ଦାଜୀ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ଅଧୀନରେ ପ୍ରଶିକ୍ଷଣ ନେଉଥିବା ଜଣାଯାଇଛି । ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଯୋଗଦେଇ ପଦକ ପ୍ରଦାନ କରିଥିଲେ ।
ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ପକ୍ଷରୁ ରାଜ୍ୟ ସ୍ତରୀୟ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ନିମିତ୍ତ ସର୍ବଶ୍ରୀ ମିତ୍ରଭାନୁ ମହାପାତ୍ର ,କିଶୋର କୁମାର ଦେହୁରୀ,ମାନସ ମୁଣ୍ଡା,ସୁଧନ୍ୟ ପ୍ରଧାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରଯାଇଥିଲା ।
ଏହି ସଫଳତା ନିମନ୍ତେ ସଙ୍ଘରସଭାପତି ଶ୍ରୀ ବସନ୍ତ କୁମାର ସାହୁ ଓ ସମ୍ପାଦକ ଶ୍ରୀ ଅର୍ଜୁନ କଅଁର ପ୍ରମୁଖ ତୀରନ୍ଦାଜ କୋଚ ମାନସ ମୁଣ୍ଡା, ଟିମ ମ୍ୟାନେଜର ଇନ୍ଦ୍ରମଣି ମେହେର ଓ ସମସ୍ତ ଅଭିଭାବକଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ସମସ୍ତ ପ୍ରତିଯୋଗୀଙ୍କ ଉତ୍ତମ କ୍ରୀଡା ପ୍ରଦର୍ଶନ ପାଇଁ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଧିକ ସଫଳତା ପାଇବାପାଇଁ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031