Indus Valley Times

ରାତି ଅଧରେ ଭୟଙ୍କର ଦୁର୍ଘଟଣା, ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍, ଆଖି ପିଛୁଳାକେ ଉଡ଼ିଗଲା ପ୍ରାଣବାୟୁ

 Breaking News

ରାତି ଅଧରେ ଭୟଙ୍କର ଦୁର୍ଘଟଣା, ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍, ଆଖି ପିଛୁଳାକେ ଉଡ଼ିଗଲା ପ୍ରାଣବାୟୁ

ରାତି ଅଧରେ ଭୟଙ୍କର ଦୁର୍ଘଟଣା, ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍, ଆଖି ପିଛୁଳାକେ ଉଡ଼ିଗଲା ପ୍ରାଣବାୟୁ
June 05
11:19 2026

ଭୁବନେଶ୍ବର, ୫/୬ : କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସକାଳୁ ଏକ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥରେ ବେଆଇନ ପାର୍କିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଟ୍ରକ୍‌କୁ ଶକ୍ତ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବସ୍‌ର ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଯାତ୍ରୀବାହୀ ବସ୍ ‘ଦିଲ୍‌ଖୁସ୍‌’ ଭୁବନେଶ୍ବରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ବସ୍‌ଟି ଅନୁଗୁଳ ଜିଲ୍ଲା ଲୁହାମୁଣ୍ଡା ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ରାସ୍ତାରେ ବେଆଇନ ଭାବେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍‌କୁ ପଛପଟରୁ ପିଟିଥିଲା।
ଧକ୍କାରେ ବସ୍‌ର ହେଲପରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ କିସନନଗର ଓ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍ ଏବଂ ଟ୍ରକ୍‌କୁ ପୋଲିସ ଜବତ କରିଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31