Indus Valley Times

ରାତି ପାହିଲେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ: ୨୩୫ ପ୍ଲାଟୁନ୍ ପୋଲିସ ମୁତୟନ, ୧୮୩୪ ପେଟ୍ରୋଲିଂ ପାର୍ଟି ନିୟୋଜିତ

 Breaking News

ରାତି ପାହିଲେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ: ୨୩୫ ପ୍ଲାଟୁନ୍ ପୋଲିସ ମୁତୟନ, ୧୮୩୪ ପେଟ୍ରୋଲିଂ ପାର୍ଟି ନିୟୋଜିତ

ରାତି ପାହିଲେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ: ୨୩୫ ପ୍ଲାଟୁନ୍ ପୋଲିସ ମୁତୟନ, ୧୮୩୪ ପେଟ୍ରୋଲିଂ ପାର୍ଟି ନିୟୋଜିତ
February 15
20:19 2022

ଭୁବନେଶ୍ୱର, ୧୫/୨: ରାତି ପାହିଲେ ଆରମ୍ଭ ହୋଇଯିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ। ବୁଧବାର ସକାଳ ୭ଟାର ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।
ପ୍ରଶାସନ ସହିତ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ପୁଲିସ ବିଭାଗ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ ପାଇଁ ୨୩୫ ପ୍ଲାଟୁନ ପୁଲିସ ମୁତୟନ କରିଛି।
ପ୍ରଥମ ପର୍ଯ୍ୟାୟରେ ମତଦନା ପାଇଁ ୧୮୩୪ ମୋବାଇଲ୍ ପେଟ୍ରୋଲିଂ ପାର୍ଟି ମୁତୟନ ହେବେ। ରାଜ୍ୟରେ ୩୩୫୭ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୧୯ ହଜାର୨୨ଟି ଅଣସମ୍ବେଦନଶୀଳ ବୁଥ ରହିଛି। ରାଜ୍ୟ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଓ କୋଭିଡ କଟକଣା ମଧ୍ୟରେ ନିର୍ବାଚନ ହେଉଛି।
ପ୍ରଥମ ପର୍ଯ୍ୟାୟରେ ମତଦାନ ନେଇ ଆଜି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ ଚାଲିବ।
୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧୬୬୯ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି। ଏହାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ଫ୍ଲାଗମାର୍ଚ୍ଚ କରୁଛି ଯ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ର୍ନିବାଚନରେ ନିୟୋଜିତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯାଇଛି।
ଏଥର ପଞ୍ଚାୟତ ର୍ନିବାଚନରେ ୬୭୯୪ ଗ୍ରାମପଞ୍ଚାୟତର ୯୧,୯୧୩ ୱାର୍ଡରେ ୨ କୋଟି ୭୯ ଲକ୍ଷରୁ ଅଧିକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିବେଯ ୯୧,୯୧୩ଟି ବୁଥ୍ ଭିତରୁ ୧୩, ୭୮୫ଟି ବୁଥ୍ ଉତ୍ତେଜନା ପ୍ରବଣ ରହିଛି।
ଶ୍ରୀ ପାଢ଼ୀ କହିଛନ୍ତି, ବୁଧବାର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍, ୧୬୬୯ଟି ସରପଞ୍ଚ, ୧୬୬୯ଟି ପଞ୍ଚାୟତ ସମିତି ସଭ୍ୟ ଓ ୨୦ହଜାରରୁ ଅଧିକ ୱାର୍ଡ ମେମ୍ବର ପଦବି ପାଇଁ ୨୨୩୭୯ଟି ବୁଥରେ ମତଦାନ ହେବ। ୬୭ଲକ୍ଷ ୫୧ହଜାର ୬୮ଜଣ ମତଦାତା ଭୋଟ୍ ଦେବେ।
ମତଦାତାମାନେ ଭାରତର ନିର୍ବାଚନ କମିସନଙ୍କ ଦ୍ଵାରା ପ୍ରଦତ୍ତ ଭୋଟର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ। ଏହାଛଡ଼ା ଏଥିଲାଗି ଅନ୍ୟ ୧୩ଟି ଦସ୍ତାବିଜ୍ ଭିତରୁ କୌଣସି ଗୋଟିଏ ବି ଦେଖାଇପାରିବେ। ଏହି ସମୟରେ କୋଭିଡ କଟକଣା ମାନିବାକୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ରାଜ୍ୟ ନିର୍ବାଚନ କମିସନ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031