Indus Valley Times

ରାମ୍ଭୀକଟା ଛକ ନିକଟରେ ଟ୍ରକରୁ କାଚଭାଙ୍ଗି ଡ୍ରାଇଭର ଠାରୁ ୧୩ ହଜାର ଟଙ୍କା ଲୁଟ ଘଟଣା , ଜଣେ ଗିରଫ

 Breaking News

ରାମ୍ଭୀକଟା ଛକ ନିକଟରେ ଟ୍ରକରୁ କାଚଭାଙ୍ଗି ଡ୍ରାଇଭର ଠାରୁ ୧୩ ହଜାର ଟଙ୍କା ଲୁଟ ଘଟଣା , ଜଣେ ଗିରଫ

August 08
21:09 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୈାଦ୍ଧ,୮/୮: ବୈାଦ୍ଧଥାନା ହରଭଙ୍ଗା ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ରାମ୍ଭୀକଟା ଛକ ଠାରେ ବିଳମ୍ବିତ ରାତିରେ ଦୁଇଟି ଟ୍ରକରୁ କାଚଭାଙ୍ଗି ଡ୍ରାଇଭର ଠାରୁ ୧୩ ହଜାର ଟଙ୍କା ଲୁଟି ନେଇଥିବା ଅଭିଯେ।।ଗ ହୋଇଛି । ଘଟଣାରେ ବୈାଦ୍ଧ ପୋଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ରାମ୍ଭୀକଟା ଗ୍ରାମର ଅର୍ଜୁନ ବେହେରା । ମିଳିଥିବା ସୂଚନା ଅନୁଯାଇ, ବ୍ରହ୍ମପୁରରୁ ଏକ ଲୁଣ ବୋଝେଇ ୨ଟି ଟ୍ରକ ବୈାଦ୍ଧ ଆଡକୁ ଆସୁଥିବା ବେଳେ ରାତିହେବାରୁ ରାମ୍ଭିକଟା ଛକ ଠାରେ ଅଟକି ଥିଲା । ଟ୍ରକର ଡ୍ରାଇଭର ସେଠାରେ ଖାଇପିଇ ଶୋଇଥିବା ବେଳେ କିଛି ଲୋକ ଆସି ସେମାନଙ୍କୁ ଟଙ୍କା ମାଗିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ଟ୍ରକର ଡ୍ରାଇଭରକୁ ମାଡ ମାରିବା ସହିତ ଗାଡିର କାଚଭାଙ୍ଗି ସେମାନଙ୍କ ଠାରୁ ୧୩ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ବୈାଦ୍ଧଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିର୍ତ୍ତି କରି ପୋଲିସ ଘଟଣାର ତଦନ୍ତ କରିବା ସହିତ ଅର୍ଜୁନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930