Indus Valley Times

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମକର ମିଳନ

 Breaking News

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମକର ମିଳନ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମକର ମିଳନ
January 16
10:36 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧: ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସ୍ଥାନିୟ ମାଳିସାହି ଦୁର୍ଗା ମଣ୍ଡପ ଠାରେ ମକର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସଂସ୍କୃତ ଅଧ୍ୟାପକ ଅଜିତ କୁମାର ସାହୁ, ପୁର୍ବତନ ବ୍ୟାଙ୍କ କର୍ମଚାରୀ ପ୍ରତାପ ସାହୁ ପ୍ରମୁଖ ଯୋଗଦେଇ ମକର ସଂକ୍ରାନ୍ତି ସଂପର୍କରେ ଆଲୋକପାତ କରିଥିଲେ ।
ମକର ସଂକ୍ରନ୍ତି ପରିବର୍ତ୍ତନର ଆଭାସ ଆଣିଥାଏ । ଏହି ଦିନ ମହାଭାରତର ପିତାମହ ଭିଷ୍ମ ତାଙ୍କ ପ୍ରାଣ ତ୍ୟାଗ କରି ଏକ ନୂତନ ଯୁଗର ଅୟମାରମ୍ଭ ସୁଚନା ଦେଇଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଜିଲ୍ଲା ପ୍ରଚାର ପ୍ରମୁଖ ପଦ୍ମନାଭ ମେହେର ମୁଖ୍ୟ ଶିକ୍ଷକ କାର୍ଯ୍ୟ ତୁଲାଇ ଥିବାବେଳେ ନଗର ପ୍ରମୁଖ ନିରଞ୍ଜନ ମେହେର ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରେ ମକର ଚାଉଳ ବଂଟନ କରାଯାଇ ବନ୍ଧୁତ୍ୱର ବଂଧନ ସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସଂଘର ସ୍ୱୟଂ ସେବକଙ୍କ ସମେତ ସହରର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031