Indus Valley Times

ରାସ୍ତା ମଝିରେ ଚଳନ୍ତା ବସ୍ ଡ୍ରାଇଭରଙ୍କୁ ହୃଦଘାତ; ଅଳ୍ପକେ ବର୍ତ୍ତିଗଲେ ୭୦ ପର୍ଯ୍ୟଟକ

 Breaking News

ରାସ୍ତା ମଝିରେ ଚଳନ୍ତା ବସ୍ ଡ୍ରାଇଭରଙ୍କୁ ହୃଦଘାତ; ଅଳ୍ପକେ ବର୍ତ୍ତିଗଲେ ୭୦ ପର୍ଯ୍ୟଟକ

January 30
10:54 2024

ନୀଳଗିରି, ୩୦/୧: ନିଜେ ସିନା ଚାଲିଗଲେ ହେଲେ ବଂଚାଇଦେଲେ ୭୦ ପର୍ଯ୍ୟକଙ୍କ ଜୀବନ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ବରକୁ କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ ଆସିଥିଲା । ଆଉ ଏହି ବସର ଡ୍ରାଇଭରଙ୍କର ହୃଦଘାତରେ ପ୍ରାଣ ଚାଲିଯାଇଥିଲା ।
ତେବେ ଛାତିରେ ଯନ୍ତ୍ରଣା ହେବା ମାତ୍ରେ ଡ୍ରାଇଭରଜଣକ ବସଟିକୁ ରାସ୍ତାକଡ଼ରେ ଛିଡା କରାଇଦେଇଥିଲେ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପାଟପୁର ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଏମଡି ଇବ୍ରାହିମଙ୍କ ପୁଅ ସେଖ ଅକ୍ତାର ବୋଲି ଜଣାପଡିଛି।
ସୂଚନା ମୁତାବକ ହାଓଡାରୁ ୭୦ ଜଣ ପର୍ଯ୍ୟଟକଙ୍କୁ ଧରି ନସ୍କର ଟ୍ରାଭେଲ୍ସର ଏକ ବସ ଆସିଥିଲା।ବାବା ପଞ୍ଚଲିଙ୍ଗେଶ୍ବରଙ୍କ ପୀଠକୁ ଆସୁଥିବା ସମୟରେ ପାଟପୁର ଛକ ନିକଟରେ ହଠାତ ବସ ଡ୍ରାଇଭରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ଡ୍ରାଇଭରଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930