Indus Valley Times

ରାୟଗଡ଼ା : ଓଡିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନ

 Breaking News

ରାୟଗଡ଼ା : ଓଡିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନ

October 25
11:57 2024

ସୁଧାଂଶୁ ସିଂଙ୍କ ରିପୋର୍ଟ
ରାୟଗଡ଼ା, ୨୫/୧୦ : ଓଡିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନ ଶାଖାର ସଭାପତିଙ୍କ ସଭାପତିତ୍ୱରେ କିଛି ଦିନ ତଳେ ପଦ୍ମପୁର ପଞ୍ଚଯାତ ସମିତୀ ଅନ୍ତର୍ଗତ ଦୁଇ ଠିକାଦାରଙ୍କ ଦ୍ଵାରା କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରଶ୍ମିତା ଶବର ଏବଂ ତାଙ୍କ ସହଯୋଗୀ କନିଷ୍ଠ ଯନ୍ତ୍ରୀ ଇଂ ଅଶୋକ କୁମାର ଙ୍କ ସହ କୌଣସି ଏକ କାମ କୁ ନେଇ ମାନନ୍ତର ଘଟିଥିଲା ।
ଆସୋସିଏସନ ଦ୍ଵାରା କୁହାଯାଇଛି ଯେ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷା ପ୍ରୋୟୋଗ ଏବଂ ଜାତିଆଣ ବିଷୟରେ ପରସ୍ପରକୁ ଗାଳି ଗୁଲଜହୋଇଥିଲା ଯାହାର ପ୍ରତିବାଦରେ ଗତକାଲି ଜିଲ୍ଲା ପରିଷଦ ସଭା ଗୃହରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଅଛି।
ଏହି ସଭାରେ ଓଡିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନର ସମ୍ପାଦକ ଇଂ ଗିରିଜା ଶଙ୍କର ପତି, ଉପଦେଷ୍ଟା ଇଂ ରମାକାନ୍ତ ମହାପାତ୍ର ଙ୍କ ବ୍ୟତୀତ ଜିଲ୍ଲାର ସମସ୍ତ ଏଗାର ଗୋଟି ପଞ୍ଚାୟତ ସମିତିରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥାଇ ଏହି ଘୃଣ୍ୟ କାର୍ଯ୍ୟ କୁ ନିନ୍ଦା କରିଥିଲେ।
ଏହାପରେ ଦୋଷୀ ମାନଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ଉଦ୍ଧେଶ୍ୟରେ ସମସ୍ତ ଯନ୍ତ୍ରୀମାନେ ଏକ ଦାବିପତ୍ର ଜିଲା ପରିଷଦର ମୁଖ୍ୟ ନିର୍ବାହୀଅଧିକାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସ୍ଵାଥୀ ଏସ କୁମାରଙ୍କୁ ପ୍ରଦାନ କରିଥିଲେ, ଯାହାକି ସେହି ଅଞ୍ଚଳରେ ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930