Legatus

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କର୍ମଚାରୀଙ୍କର ମୃତଦେହ ଉଦ୍ଧାର: ଟ୍ରେନରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ

 Breaking News

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କର୍ମଚାରୀଙ୍କର ମୃତଦେହ ଉଦ୍ଧାର: ଟ୍ରେନରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କର୍ମଚାରୀଙ୍କର ମୃତଦେହ ଉଦ୍ଧାର: ଟ୍ରେନରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ
December 18
11:22 2023

ରାୟଗଡ଼ା,୧୮/୧୨ : ଟ୍ରେନ୍ ଲାଇନରୁ ଠାବ ହେଲା ହୋମଗାର୍ଡଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି ଏକ ଘଟଣା ରାୟଗଡ଼ାରେ ଘଟିଛି। ମୃତକ ହେଲେ ହୋମଗାର୍ଡ ଇଶ୍ବର ରାଓ । ସେ ଝଚଙ୍କ ରେସିଡେନ୍ସ ଅଫିସରେ ନିୟୋଜିତ ଥିଲେ ।
ରାୟଗଡ଼ାରେ ନିଜ ପରିବାର ସହ ରହୁଥିବା ଇଶ୍ୱର ରାୟ ଛୁଟି ନେଇ ଗତ ୩ ଦିନ ବିଶାଖାପାଟଣା ଯାଇଥିଲେ। ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ସେ ଏକା ଯାଇଥିଲେ। ସେଠାରୁ ଗତ ରାତିରେ ସେ ରାୟଗଡ଼ା ଫେରୁଥିଲେ।
ମାତ୍ର ରାୟଗଡ଼ା ଷ୍ଟେଶନର ୫୦ ମିଟର ପୂର୍ବରୁ ଟ୍ରାକରୁ ତାଙ୍କ ମୃତଦେହ ଠାବ କରାଯାଇଛି। ଗତ ରାତିରେ ଏ ନେ ଖବର ପ୍ରଚାରିତ ହେବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ, ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।
ଇଶ୍ୱରଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଲାଗି ରହିଛି। ଏହା ଦୁର୍ଘଟଣାଜନିତ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31