Indus Valley Times

ରାୟଗଡ଼ା: ସ୍ଥାଣୁଅବସ୍ତରେ ଚନ୍ଦ୍ରପୁର ଲ୍ୟାମ୍ପ୍ ସିଏସ

 Breaking News

ରାୟଗଡ଼ା: ସ୍ଥାଣୁଅବସ୍ତରେ ଚନ୍ଦ୍ରପୁର ଲ୍ୟାମ୍ପ୍ ସିଏସ

ରାୟଗଡ଼ା: ସ୍ଥାଣୁଅବସ୍ତରେ ଚନ୍ଦ୍ରପୁର ଲ୍ୟାମ୍ପ୍ ସିଏସ
September 11
20:38 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୧୧/୯ : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଡ଼ାଙ୍ଗସରଡ଼ାରେ ଅବସ୍ଥିତ ଚନ୍ଦ୍ରପୁର ବୃହଦାକାର ଆଦିବାସୀ ବହୁମୂଖୀ ସମବାୟ ସମିତି । ଦୀର୍ଘ ଦିନ ହେବ ସ୍ଥାନୁ ଅବସ୍ଥାରେ ଥିବାଅଭିଯୋଗ ହେଉଛି ।
ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ନୂତନ ଜାତୀୟ କୃଷି ନୀତି ପ୍ରଣୟନ କରି କୃଷକ ମାନଙ୍କର ଆୟ ଦୁଇଗୁଣିତ କରାଇବା ସହ ମଣ୍ଡି ମାଧ୍ୟମରେ ଉତ୍ପାଦିତ ଫସଲର ସର୍ଵନିନ୍ମ ସହାୟକ ମୂଲ୍ୟ ପ୍ରଦାନ ଏବଂ ରିହାତି ଦରରେ ବିହନ, ସାର , କୀଟନାଶକ ଔଷଧ ଓ କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ନୀତି ନିର୍ଧାରଣ କରୁଥିବା ବେଳେ ବାସ୍ତବରେ ତୃଣମୂଳ ସ୍ତରରେ ତାହ କାର‌୍ୟ୍ୟକାରୀ ହେଉନଥିବାରୁ ନୀରିହ ଗରିବ ଆଦିବାସୀ ଚାଷୀ ବର୍ଷ ତମାମ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ।
ସମବାୟୁ ସମିତି ଉପରେ ନିର୍ଭରଶିଳ ଚନ୍ଦ୍ରପୁର ବ୍ଲକ ଅଞ୍ଚଳର ଚାଷୀ ମାନେ ଆର୍ଥିକ ଏବଂ ଆନୁସଙ୍ଗିକ ସହାୟତା ଅଭାବରୁ ଶୋଷଣର ଶିକାର ହେବାସହିତ ଚାଷରୁ ମୁଁହ ଫେରାଉ ଛନ୍ତି । ନଚେତ୍ ଦାନନ ଯିବାକୁ ବାଧ୍ୟ ହେଉଛନ୍ତି । ସମାବାୟୁ ସମିତିର ପରିଚାଳନା ନିର୍ଦ୍ଦେଶକ ଦୁର୍ନୀତିରେ ଛନ୍ଦିହୋଇ ନିଲମ୍ବିତ ହୋଇଥିଲା ବେଳେ ବର୍ଷେ ହେବ ଅଚଳଅବସ୍ଥା ଲାଗି ରହିଛି ।
ନିର୍ଦ୍ଦେଶନା ମଣ୍ଡଳୀର ସଦସ୍ୟ ରବୀନ୍ଦ୍ର କୁମାର ପ୍ରଧାନ, ଦୟା ନିଧି ପାତ୍ର, ପ୍ରମୋଦ ସାହୁକାର, ଟଙ୍କଧର ପିଡ଼ିକାକା, ଦାମୋଦର ପ୍ରସ୍କାକା, ବାସୁ ଗୋଗେରେଙ୍ଗା, ଦମ୍ବୁରୁ ଧର ପିଡ଼ିକାକା, ବିଜିଦାସ, ସମତେ ସଭାପତି ଜଗନ୍ନାଥ ଶବର ଏ କ୍ଷେତ୍ରରେ ଥିବା ଅଚଳ ଅବସ୍ଥା ଦୂର କରିବାକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30