Indus Valley Times

ରୁଷ୍ର ‘ପର୍ମ ଷ୍ଟେଟ୍ ୟୁନିଭର୍ସିଟି’ରେ ଜଣେ ବନ୍ଧୁକଧାରୀଙ୍କ ଗୁଳି ମାଡ଼ରେ ୮ମୃତ୍ୟୁ,୧୦ରୁ ଅଧିକ ଆହତ

 Breaking News

ରୁଷ୍ର ‘ପର୍ମ ଷ୍ଟେଟ୍ ୟୁନିଭର୍ସିଟି’ରେ ଜଣେ ବନ୍ଧୁକଧାରୀଙ୍କ ଗୁଳି ମାଡ଼ରେ ୮ମୃତ୍ୟୁ,୧୦ରୁ ଅଧିକ ଆହତ

ରୁଷ୍ର ‘ପର୍ମ ଷ୍ଟେଟ୍ ୟୁନିଭର୍ସିଟି’ରେ ଜଣେ ବନ୍ଧୁକଧାରୀଙ୍କ ଗୁଳି ମାଡ଼ରେ ୮ମୃତ୍ୟୁ,୧୦ରୁ ଅଧିକ ଆହତ
September 20
18:59 2021

ନୂଆଦିଲ୍ଲୀ,୨୦/୯: ସୋମବାର ଦିନ ସକାଳେ ରୁଷ୍ର ପର୍ମ କ୍ରାଇ ଅଞ୍ଚଳରେ ଥିବା ‘ପର୍ମ ଷ୍ଟେଟ୍ ୟୁନିଭର୍ସିଟି’ରେ (ପିଏସ୍ୟୁ) ଜଣେ ବନ୍ଧୁକଧାରୀଙ୍କ ଆଖୁବୁଜା ଗୁଳିମାଡ଼ କରିଛନ୍ତି । ଏଥଇରେ ୮ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀର ନାଁ ତିମୁର ବେକ୍ମାଂସୁରୋଭ ବୋଲି ଜଣାପଡ଼ିଛି। ଆକ୍ରମଣ ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନି।


ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟର ସମ୍ପୃକ୍ତ ବ୍ୟକ୍ତି ଅଚାନକ୍ ବନ୍ଧୁକ ଧରି କ୍ୟାମ୍ପସ୍ ଭିତରକୁ ପ୍ରବେଶ କରିଥିଲେ। ଆଉ ତା’ ପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ବିଶ୍ୱବିଦ୍ୟାଳୟରେ ସେ ଆତଙ୍କ ଖେଳାଇଥିଲା। ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତାଙ୍କୁ ନିପାତ କରିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031