Indus Valley Times

ରେଡ଼ିଓ ସୁରଭି ତରଫରୁ ଶିକ୍ଷା ସୁରଭି କାର୍ଯ୍ୟକ୍ରମ ଶୁଭାରମ୍ଭ

 Breaking News

ରେଡ଼ିଓ ସୁରଭି ତରଫରୁ ଶିକ୍ଷା ସୁରଭି କାର୍ଯ୍ୟକ୍ରମ ଶୁଭାରମ୍ଭ

ରେଡ଼ିଓ ସୁରଭି ତରଫରୁ ଶିକ୍ଷା ସୁରଭି କାର୍ଯ୍ୟକ୍ରମ ଶୁଭାରମ୍ଭ
July 03
13:02 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୟାଗଡ,୩/୭: ନୟାଗଡ ଜିଲ୍ଲା ଦଶପଲ୍ଲା ରେ ଥିବା ଏକ ମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ସୁରଭି ଦ୍ଵାରା ଏକ ଅଭିନବ ଶିକ୍ଷା ସୁରଭି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟ କ୍ରମ କୁ ନୟାଗଡ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ।
କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଶିକ୍ଷା ଗ୍ରହଣ କରିବାରେ ସବୁଠୁ ବେସୀ କ୍ଷତିଗ୍ରସ୍ତ ହେଉଛନ୍ତି ଦୃଷ୍ଟି ବାଧିତ୍ ଛାତ୍ର ଛାତ୍ରୀ ।

ଦୃଷ୍ଟି ବାଧିତ, ଶ୍ରବଣ ବଧିତ ଛାତ୍ର ଛାତ୍ରୀ ମାନେ କିପରି ଶିକ୍ଷା ଗ୍ରହଣ କରି ସମାଜର ମୁଖ୍ୟ ସ୍ରୋତ ରେ ସାମିଲ୍ ହେବେ ତାହା ହେଉଛି ଶିକ୍ଷା ସୁରଭି କାର୍ଯ୍ୟକ୍ରମ ର ଲକ୍ଷ୍ୟ।ଏଥିରେ ଥିବା ପାଠ୍ୟ କ୍ରମ ଗୁଡ଼ିକ ଓଡ଼ିଶାର ଅଭିଜ୍ଞ ଶିକ୍ଷକ,ଶିକ୍ଷୟତ୍ରୀ ଓ ଶିକ୍ଷା ବିତ୍ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ବେଳେ ସଙ୍ଗୀତ, ନାଟକ, ଗପ ଆଦି ସ୍ଥାନ ଦିଆଯାଇଛି। ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇ ଆଇଇସି ଦ୍ଵାରା କାର୍ଯ୍ୟକାରୀ ହେଉଛି ଏହି ପ୍ରକଳ୍ପ ।
ଏଭଳି ଐତିହାସିକ ନିରନ୍ତର ଶିକ୍ଷା କାର‌୍ୟ୍ୟକ୍ରମ ଦ୍ବାରା ହଜାର ହଜାର ଶିକ୍ଷାର୍ଥୀ ଉପକୃତ ହୋଇପାରିବେ ବୋଲି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମତ ବ୍ୟକ୍ତ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031