Indus Valley Times

ରେଭେନ୍ସାଙ୍କ ସହ ଇଦଗା ପଡ଼ିଆ ଓ ଉତ୍କଳ ସମ୍ମିଳନୀ ମାନସ ମନ୍ଥନ ଜରୁରୀ

 Breaking News

ରେଭେନ୍ସାଙ୍କ ସହ ଇଦଗା ପଡ଼ିଆ ଓ ଉତ୍କଳ ସମ୍ମିଳନୀ ମାନସ ମନ୍ଥନ ଜରୁରୀ

ରେଭେନ୍ସାଙ୍କ ସହ ଇଦଗା ପଡ଼ିଆ ଓ ଉତ୍କଳ ସମ୍ମିଳନୀ ମାନସ ମନ୍ଥନ ଜରୁରୀ
September 11
19:31 2024

ବରଦା ଦାସଙ୍କ ରିପୋର୍ଟ
କଟକ, ୧୧/୯: ରେଭେନ୍ସାଙ୍କ ବିଷୟରେ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ଅନୁଯାୟୀ ତର୍କ ବିତର୍କ ଇତିହାସ ଲୋକଙ୍କ ଆଖି ଖୋଲିଦେଲା ।
ମାତ୍ର ତା ପରବର୍ତ୍ତୀ ଅଧ୍ୟାୟ ୧୯୦୩ ଓ ୦୪ ରେ କଟକ ଇଦଗକ୍ଷ ପଡ଼ିଆ ରେ ମଧୁ ବାବୁ ଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୋଇ ଦୀର୍ଘ ୩୬ ବର୍ଷ ଆନ୍ଦୋଳନ ଚାଲୁ ହେବା ଓ ସେଠାରେ ପଟ୍ଟା ମିଳିବା ପରେ ମଧ୍ୟ ସ୍ମୃତି ମଣ୍ଡପ ଟିଏ ନିର୍ମାଣ ପାଇଁ ସରକାର ଭୁଲିଯିବା ଆହୁରି ଗୁରୁତ୍ୱପୂର୍ଣ୍ଣ ।
ଏ ଦିଗରେ ବହୁ ଜାତି ପ୍ରେମୀ ଅନୁଷ୍ଠାନ ସରକାରଙ୍କୁ ସ୍ମାରକ ପତ୍ର ବହୁବାର ଦେବା ପରେ ମଧ୍ୟ କିଛି କାର‌୍ୟ୍ୟ ହୋଇପାରୁନି । ଥିଙ୍କର୍ସ କ୍ଳବ୍ ତରଫରୁ ଗତ ଅଗଷ୍ଟ ,୧୫ ଦିନ ଉପ ମୁଖ୍ୟମନ୍ତ୍ରୀଙ୍କୁ। କଟକ ସର୍କିଟ ହାଉସ ଠାରେ ସ୍ମାରକ ପତ୍ର ଦିଆଯାଇଛି ।
ଏ ଦିଗରେ ସଚେତନ ବୁଧିଜିବି ମାନେ ମାନସ ମନ୍ଥନ କଲେ ସରକାର କିଛି ପଦକ୍ଷେପ ନିଅନ୍ତେ ଓ ୨୦୦୩ ମସିହାରେ ସେଠାରେ ସିଡିଏ ସ୍ମୃତି ସ୍ତମ୍ବ ଟିଏ ନିର୍ମାଣ କରି ଦାୟିତ୍ୱ ସାରିଦେଇଚି ।
ଏହାକୁ ଯେଉଁମାନେ ଓ ମନ୍ତ୍ରୀ ମାନେ ଦର୍ଶନ କରି ନାହାନ୍ତି ଦୟାକରି ଉତ୍କଳ ଗର୍ବ ଗୌରବ ସ୍ଥାନ ଟିକୁ ପରିଦର୍ଶନ କରି ନିଜକୁ ଧନ୍ୟ ମଣନ୍ତୂ ।
ଏହାପରେ ମାନସ ମନ୍ଥନ ହେଲେ ଆମ୍ଭେ ଅଧିକ ଉପକୃତ ହେବା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ଆନ୍ଦୋଳନ ଯୋଗୁ ଭାଷା ଭିତ୍ତିରେ ଓଡ଼ିଶା ଦେଶରେ ପ୍ରଥମ ପ୍ରଦେଶର ମାନ୍ୟତା ପାଇଥିଲା । ମାତ୍ର ତାକୁ ଆମେ ଭୁଲି ଯାଇଛୁ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30