Indus Valley Times

ରେଲୱେ ଜେଇଙ୍କ ଘରେ ପଶିଲେ ଦୁର୍ବୃତ୍ତ; ହାତ ଗୋଡ଼ ବାନ୍ଧି ଲୁଟି ନେଲେ

 Breaking News

ରେଲୱେ ଜେଇଙ୍କ ଘରେ ପଶିଲେ ଦୁର୍ବୃତ୍ତ; ହାତ ଗୋଡ଼ ବାନ୍ଧି ଲୁଟି ନେଲେ

October 19
11:34 2024

ରାଉରକେଲା,୧୯/୧୦ : ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ପରିବାରର ସମସ୍ତଙ୍କ ହାତ, ଗୋଡ଼ ବାନ୍ଧି ମୁହଁରେ କପଡା ବାନ୍ଧି ଡକାୟତମାନେ ଲୁଟ୍ କରିଥିଲେ। ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳବାଇ କର୍ମଚାରୀ ଦିଲ୍ଲୀପ ପଣ୍ଡାଙ୍କ କ୍ୱାଟର ନମ୍ବର ଏଲ ୨୦୪/୧ରୁ ଡକାୟତି ହୋଇଥିଲା।
ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟର ଅଭିଯୋଗ ହୋଇଛି। ରାଉରକେଲା ପୋଲିସ ଟିମ ଏବଂ ଡଗ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31