Indus Valley Times

ରେଳ ବଜେଟରେ ଓଡିଶାକୁ ମୋଟ ୯ ହଜାର ୨୫୪ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା : ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

 Breaking News

ରେଳ ବଜେଟରେ ଓଡିଶାକୁ ମୋଟ ୯ ହଜାର ୨୫୪ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା : ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ରେଳ ବଜେଟରେ ଓଡିଶାକୁ ମୋଟ ୯ ହଜାର ୨୫୪ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା : ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
February 02
19:14 2022

ଭୁବନେଶ୍ବର, ୨/୨: ସଂସଦରେ ଉପସ୍ଥାପିତ ହୋଇସାରିଛି ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ବିଭିନ୍ନ ସେକ୍ଟର ପାଇଁ ଆର୍ଥିକ ମଙ୍ଗଳବାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି କ୍ରମରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ୧୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ରେଳ ବଜେଟ୍ରେ ଓଡିଶାକୁ ମୋଟ ୯ ହଜାର ୨୫୪ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହୋଇଛି । ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାପରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି ।
ଚଳିତ ବର୍ଷ ବଜେଟ୍ରେ ଇଷ୍ଟ କୋଷ୍ଟ ରେଲଓ୍ବେକୁ ମୋଟ ୯୨୫୪ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହୋଇଛି । ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ରେଳ ପଥ ପାଇଁ ୮୯୧.୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ, ଅନୁଗୁଳ ସୁକିନ୍ଦା ପାଇଁ ୪୭୫ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି ଟଙ୍କା, ତାଳଚେର-ବିମଳାଗଡ ପାଇଁ ୨୫୦ କୋଟି ଟଙ୍କା, ଜୟପୁର-ମାଲକାନାଗିରି ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କା, ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କାର, ନୂଆପଡା-ଗୁଣୁପୁର ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସେହିଭଳି ଓଡିଶାରେ ରେଳ ଟ୍ରାକ୍ ଡବଲିଂ ପାଇଁ ମଧ୍ୟ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି । ଖୋର୍ଦ୍ଧା ରୋଡ୍-ବାରଙ୍ଗ ଡବଲିଂ ପାଇଁ ୧୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ସମ୍ଭଲପୁର-ଟିଟିଲାଗଡ ଡବଲିଂ ପାଇଁ ୯୯ କୋଟି ୫୦ ଲକ୍ଷ, ବାଂଶପାଲି-ଦୈତାରୀ ଡବଲିଂ ପାଇଁ ୩୦୦ କୋଟି ଟଙ୍କା, ସମ୍ବଲପୁର-ତାଳଚେର ଡବଲିଂ ପାଇଁ ୧୭୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031