Legatus

ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିଲେ ଡାକ୍ତରରୂପୀ ରାକ୍ଷସ

 Breaking News

ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିଲେ ଡାକ୍ତରରୂପୀ ରାକ୍ଷସ

November 16
17:42 2023

ନୂଆଦିଲ୍ଲୀ,୧୬/୧୧ : ଧରା ପଡ଼ିଲା ନକଲି ଡାକ୍ତରଙ୍କ ଗ୍ୟାଙ୍ଗ। ନକଲି ଡାକ୍ତର ସାଜି ଧଡାଧଡ଼ ସର୍ଜରୀ କରୁଥିଲେ ଟେକ୍ନିସିଆନ୍। ଲୁଟୁଥିଲେ ପୁଳାପୁଳା ଟଙ୍କା। ଚଢ଼ାଉ କରି ଏବେ ୪ ଜଣଙ୍କୁ ବାନ୍ଧିଛି ପୁଲିସ। ନୂଆଦିଲ୍ଲୀର ଗ୍ରେଟେର୍ କୌଳାଶ ଅଞ୍ଚଳରୁ ନକଲି ଡାକ୍ତରଙ୍କ ଏକ ଗ୍ୟାଙ୍ଗ ଧରାପଡ଼ିଥିବା ସୂଚନା ମିଳିଛି।
ଗିରଫ ଅଭିଯୁକ୍ତମାନେ ହେଲେ ନିଜକୁ ଡାକ୍ତର କହୁଥିବା ନୀରଜ ଅଗ୍ରଓ୍ୱାଲ, ତାଙ୍କ ପତ୍ନୀ ପୂଜା ଓ ତଥା ଫେକ୍ ସର୍ଜନ ଡାକ୍ତର ଜସପ୍ରିତ ସିଂହ ଓ ଟେକ୍ନିସିଆନ୍ ମହେନ୍ଦ୍ର। ଏମାନେ ସମସ୍ତେ ଗ୍ରେଟର୍ କୌଳାଶ ଅଞ୍ଚଳରେ ଅଗ୍ରଓ୍ୱାଲ ମେଡିକାଲ ସେଣ୍ଟର ନାମରେ ଏକ ନର୍ସିଂ ହୋମ୍ ଚଳାଉଥିଲେ।
ଉକ୍ତ କ୍ଲିନିକ୍ ଭିତରୁ ପୂର୍ବରୁ ଜଣେ ଡାକ୍ତରଙ୍କ ଦସ୍ତଖତ ଥିବା ୪୧୪ଟି ବ୍ଲାଙ୍କ ପ୍ରେସ୍କ୍ରିପସନ୍ ମଧ୍ୟ ମିଳିଛି। କେବଳ ସେତିକି ଅନେକ ଏକ୍ସପାୟର୍ଡ ସର୍ଜିକାଲ ବ୍ଲେଡ୍, ବ୍ୟାନ୍ ହୋଇଯାଇଥିବା ଔଷଧ, ୫୪ଟି ଏଟିଏମ୍ କାର୍ଡ ଅନ୍ୟ ଡକ୍ୟୁମେଣ୍ଟ ସବୁକୁ ପୁଲିସ ନର୍ସିଂ ହୋମ୍ ଭିତରୁ ଜବତ କରିଛି।
ପୁଲିସ ତଦନ୍ତରୁ ଜଣାପଡିଛି ଯେ ୨୦୨୨ରେ ଗଲ୍ବ୍ଲାଡରର ଚିକିତ୍ସା ପାଇଁ ଅଜଗର ଅଲ୍ଲି ନାମକ ଜଣେ ରୋଗୀ ଏହି ନର୍ସିଂ ହୋମ୍ରେ ଆଡମିଟ୍ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ଅଜଗରଙ୍କ ସର୍ଜରୀ କରିଥିଲେ। ପ୍ରଥମେ ସର୍ଜନ୍ ଡାକ୍ତର ଜସପ୍ରିସ ସିଂହ ତାଙ୍କ ସର୍ଜରୀ କରିବେ ବୋଲି ଅସଗରଙ୍କୁ କୁହାଯାଇଥିଲା।
କିନ୍ତୁ ଅପରେସନ୍ର ଠିକ୍ ପୂର୍ବରୁ ଡାକ୍ତର ନୀରଜଙ୍କ ପତ୍ନୀ ପୂଜା ଓ ପେଶାରେ ଟେକ୍ନିସିଆନ ଥିବା ମହେନ୍ଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ସର୍ଜରୀ କରିଥିଲେ। ସର୍ଜରୀ ଦିନ ଅଜଗରଙ୍କ ପରିବାରକୁ ପୂଜା ଓ ଟେକ୍ନିସିଆନ୍ ମହେନ୍ଦ୍ର ମଧ୍ୟ ଡାକ୍ତର ଥିବା କୁହାଯାଇଥିଲା। ତେବେ ଅପରେସନ୍ ପରେ ଅଜଗରଙ୍କ ମୃତ୍ୟୁ ହୋଇଥିଲା।
ଅଜଗର ଅଲ୍ଲିଙ୍କ ମୃତ୍ୟୁ ପରେ ମେଡିକାଲ କାଉଂସିଲ୍ ଏହି ମାମଲାର ଯାଞ୍ଚ କରୁଥିଲା। ଅଜଗର ଅଲ୍ଲିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ମାମଲା ରୁଜୁ କରିଛି। ଏହାପରେ ନର୍ସିଂ ହୋମ୍ର ନିର୍ଦ୍ଦେଶକ ନୀରଜ, ତାଙ୍କ ପତ୍ନୀ ପୂଜା, ସର୍ଜନ ଡାକ୍ତର ଜସପ୍ରିତ ସିଂହ ଓ ପୂର୍ବତନ ଲ୍ୟାବ୍ ଟେକ୍ନିସିଆନ୍ ମହେନ୍ଦ୍ରଙ୍କୁ ପୁଲିସ ଗିରଫ କରିଛି। ତେବେ ନିଜକୁ ସର୍ଜନ୍ ଡାକ୍ତର କହୁଥିବା ଜସପ୍ରିତ ସିଂହ ମଧ୍ୟ ନକଲି ଡାକ୍ତର ବୋଲି ପୁଲିସ ତଦନ୍ତରୁ ଜଣାପଡିଛି।
ସେ ନିଜର ନକଲି ଡାକ୍ତର ସାର୍ଟିଫିକେଟ୍ ତିଆରି କରିଥିବା ପୁଲିସ କହିଛି। ଏମାନେ ନକଲି ଡାକ୍ତର ସାଜି ନର୍ସିଂ ହୋମ୍ରେ ଅନେକ ସର୍ଜରୀ କରି ପୁଳାପୁଳା ଟଙ୍କା ଅର୍ଜନ କରିଥିବା ପୁଲିସ ସନ୍ଦେହ କରୁଛି। ଏହି ନକଲି ଡାକ୍ତରଙ୍କ ବିରୋଧରେ ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ୬ଟି ଅଭିଯୋଗ ମେଡିକାଲ କାଉଂସିଲ୍କୁ ମିଳିଥିବା ପୁଲିସ ତଦନ୍ତରୁ ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31