Indus Valley Times

ରୋଟାରୀ କ୍ଲବ ନୟାଗଡ଼ର ପ୍ରେରଣାଦାୟୀ କାର୍ଯ୍ୟ

 Breaking News

ରୋଟାରୀ କ୍ଲବ ନୟାଗଡ଼ର ପ୍ରେରଣାଦାୟୀ କାର୍ଯ୍ୟ

November 21
11:07 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୧/୧୧: ଗୁରୁବାର ରୋଟାରୀ କ୍ଲବ ନୟାଗଡ଼ ତରଫରୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଇକୋନୋମିକ୍ସ ବିଭାଗ ର ଦ୍ବିତୀୟ ବର୍ଷର ମେଧାବୀ ଛାତ୍ରୀ ରଶ୍ମିତା ପରିଡ଼ା ଙ୍କୁ ୧୦ ହଜାର ଟଙ୍କା ର ସହାୟତା ପ୍ରଦାନ କରାଯାଇଛି।
ଆଗାମୀ ଦିନରେ ରଶ୍ମିତା ଙ୍କ ପାଠପଢ଼ା ର ଦାୟିତ୍ଵ ରୋଟାରୀ କ୍ଲବ, ନୟାଗଡ଼ ନେବା ପାଇଁ ପ୍ରସ୍ତୁତ ଅଛି ବୋଲି ସଭାପତି ବସିରନ ବିବି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରଶ୍ମିତା ଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ପାଠପଢ଼ା ଖର୍ଚ୍ଚ ପାଇଁ ଅସୁବିଧା ସୃଷ୍ଟି ହେଉଥିବା ଖବର ପାଇ ରୋଟାରୀ କ୍ଲବ ସହାୟତା ର ହାତ ବଢ଼ାଇଛି ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ କଲେଜର ଅଧ୍ୟକ୍ଷ ଶ୍ରୀ ବିପିନ ପଟ୍ଟନାୟକ, ଅଧ୍ୟାପକ ଶ୍ରୀ ଦିଲ୍ଲୀପ ମିଶ୍ର, ଶ୍ରୀ ଆଶୁତୋଷ ମିଶ୍ର, ରୋଟାରୀ କ୍ଲବ ଉପସଭାପତି ଶ୍ରୀ ମଦନ ମୋହନ ମହାପାତ୍ର ଏବଂ ସଂପାଦକ ଶ୍ରୀ ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରୋଟାରୀ କ୍ଲବ ନୟାଗଡ଼ ର ଏହି ସହାୟତାକୁ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ପ୍ରଶଂସା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930