Indus Valley Times

ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ନୟାଗଡ଼ ଗସ୍ତ

 Breaking News

ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ନୟାଗଡ଼ ଗସ୍ତ

October 23
18:35 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୩/୧୦ : ରୋଟାରୀ କ୍ଲବ ର ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ ପାଣି ଶନିବାର ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନରେ ଆସିଥିଲେ । ନୟାଗଡ଼ ରୋଟାରୀ କ୍ଲବର ସଭାପତି ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା ।
ଆଜିର ଏହି ସଭାରେ ଜିଲ୍ଲାର ଶ୍ରେଷ୍ଠ କନେଷ୍ଟବଳ, ନର୍ସ, ଫାୟାରମ୍ୟାନ, ହୋମଗାର୍ଡ ଓ ମୁନିସିପାଲିଟିର ସୁଇପରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇଜଣ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ ଗଭର୍ଣ୍ଣର, ନୟାଗଡ ରୋଟାରୀ କ୍ଲବରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ପାଥୋଲୋଜି ଲ୍ୟାବ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ସମ୍ପାଦକ ମିହିର ରଞ୍ଜନ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ସଭାରେ ଅନ୍ୟତମ ଅତିଥି ଭାବରେ ରୋଟାରିଆନ ପ୍ରଦ୍ୟୁମ୍ନ ମଲିକ ଓ ରୋଟାରିଆନ ଝରଣା ପାଣି ଯୋଗଦେଇଥିଲେ ପରିଶେଷରେ ରୋଟାରିଆନ ମଦନ ମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031