Indus Valley Times

ଲକଡାଉନ ଦେଖାଇଲା ବାଟ, ନିଆରା ଗାଡି ଉଦ୍ଭାବନ କଲେ ଛାତ୍ର ମଧୁମୁକ୍ତି

 Breaking News

ଲକଡାଉନ ଦେଖାଇଲା ବାଟ, ନିଆରା ଗାଡି ଉଦ୍ଭାବନ କଲେ ଛାତ୍ର ମଧୁମୁକ୍ତି

October 20
19:07 2020

ଯାଜପୁର,୧୨/୨୦: : କରୋନା ମହାମାରୀ ଯୋଗୁ ସମସ୍ତ ସ୍କୁଲ କଲେଜ ବନ୍ଦ । ଗୃହବନ୍ଦୀ ହୋଇ ରହିଛନ୍ତି ଛାତ୍ରଛାତ୍ରୀ । ତେବେ ଏହା ଭିତରେ କିଛି ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ଶକ୍ତିର ବିକାଶ ଘଟିଛି । ନିଜ ଭିତରେ ଥିବା ସୃଜନଶୀଳତାର ପରିପ୍ରକାଶ ହୋଇଛି । ହଁ ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନ ଗ୍ରାମର ଛାତ୍ର ମଧୁମୁକ୍ତି ମହାରଣାଙ୍କ କଥା । ଯିଏ କି ଲକଡାଉନ ସମୟରେ ଏକ ନିଆରା ଗାଡି ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି ।  ଲକଡାଉନ ସମୟରେ କରିଛନ୍ତି ଏକ ନିଆରା ଗାଡି ଉଦ୍ଭାବନ । ପବଜି ଗେମ୍ ଦେଖୁ ଦେଖୁ ଏକ ବଗି ତିଆରି କରିବାକୁ ମନ ବଳାଇଥିଲେ । ଏନେଇ ସେ ୟୁଟୁ୍ୟବର ସାହାରା ନେଇଥିଲେ । ଘରେ ଅବ୍ୟବହୃତ ଅବସ୍ଥାରେ ପଡିରହିଥିବା ଏକ ମୋଟର ସାଇକେଲର ଇଂଜିନ ଓ ଅନ୍ୟାନ୍ୟ ସରଂଜାମ ବ୍ୟବହାର କରି ସେ ଏହି ଗାଡି ପ୍ରସ୍ତୁତ କରିଛନ୍ତି । ଚାରି ଚକିଆ ବିଶିଷ୍ଟ ଏହି ଗାଡିଟି ପେଟ୍ରୋଲରେ ଚାଲୁଛି । ଏହାର ବେଗ ଘଂଟା ପ୍ରତି ୩୦/୪୦ କିଲୋମିଟର ରହିଛି । ଏବେ ଗାଡିରେ ୨ଟି ସିଟ୍ ରହିଥିବା ବେଳେ ଏଥିରେ ୩/୪ଜଣ ବସି ଯା ଆସ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହି ଗାଡିଟି ବିଭିନ୍ନ କାମରେ ଉପଯୋଗ ହୋଇପାରିବ ବୋଲି କହିଛନ୍ତି ମଧୁମୁକ୍ତି । ଧର୍ମଶାଳା ବ୍ଲକ ଭବାନୀପୁର ପଂଚାୟତ ଭୁବନ ଗ୍ରାମର ବିଶ୍ୱନାଥ ମହାରଣା ଓ କଲ୍ୟାଣୀ ମହାରଣାଙ୍କ ଏକମାତ୍ର ପୁଅ ମଧୁମୁକ୍ତି । ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜରେ କଂମ୍ପୁ୍ୟଟର ସାଇନ୍ସର ବିଟେକ୍ ଛାତ୍ର । ପିଲା ବେଳୁ କିଛି ନୂଆ ଜିନିଷ ତିଆରି କରିବା ପାଇଁ ତାଙ୍କର ରହିଥିଲା ଆଗ୍ରହ । ଏମିତି ବିଭିନ୍ନ ଇଲୋକଟ୍ରୋନିକ୍ସ ଖେଳନା ସାମଗ୍ରୀ ତିଆରି କରିବା ସହ ମରାମତି କରିବାର ତାଙ୍କର ଦକ୍ଷତା ବି ରହିଛି । ପୂର୍ବରୁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ବିଜ୍ଞାନ ପ୍ରଦର୍ଶନୀରେ ବିଭିନ୍ନ ପ୍ରକଳ୍ପ ତିଆରି କରି ସେ ପୁରସ୍କୃତ ହୋଇଛନ୍ତି । ଏବେ କୋଭିଡ ସମୟରେ ଘରେ ରହି ସେ ଏଭଳି ଗାଡିଟିଏ ତିଆରି କରିଛନ୍ତି । ଯାହାକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930