Indus Valley Times

ଲକ୍ଷ୍ମୀପ୍ରସାଦ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ବାର୍ଷିକୋତ୍ସବ

 Breaking News

ଲକ୍ଷ୍ମୀପ୍ରସାଦ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ବାର୍ଷିକୋତ୍ସବ

ଲକ୍ଷ୍ମୀପ୍ରସାଦ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ବାର୍ଷିକୋତ୍ସବ
April 04
11:43 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୪ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ଅତିଥିମାନେ ଶ୍ରୀ ଗଣେଶ ଠାକୁରଙ୍କ ଠାରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା ।
ଏହି ଅବସରରେ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ବୀରେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବୌଦ୍ଧ ବିଧାୟକ ପ୍ରତିନିଧି ଧର୍ମୁଧର ପୋଢ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍ସବ ସାହୁ, ଜହ୍ନକ୍ଷପଙ୍କ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ପ୍ରଧାନ, ବିଦ୍ୟାଳୟର ପୂର୍ବତନ ସଭାପତି ପ୍ରମୋଦ କୁମାର ମେହେର, ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ ଅତିଥି ଭାବେ ଯୋଗ ବିଦ୍ୟାଳୟ ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ବାର୍ତ୍ତା ଦେଇଥିଲେ।
ଶିକ୍ଷକ ଶାନ୍ତନୁ କୁମାର ପୁଟେଲ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ବିଦ୍ୟାଳୟ ପରିଚାଳକ ନବ କିଶୋର ମେହେର ବାର୍ଷିକ ଉତ୍ସବର ଲକ୍ଷ ଓ ଉଦ୍ୟେଶ ଜ୍ଞାପନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ବାଘ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅରବିନ୍ଦ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।
ଚଳିତ ବର୍ଷ ନବୋଦୟ, ଆଦର୍ଶ ଓ ବୃତ୍ତି ପରୀକ୍ଷାରେ ସଫଳତା ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଗଣ ମାନପାତ୍ର ଓ ଉପଢୌକଣ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।
ବିଦ୍ୟାଳୟ ଶିକ୍ଷୟତ୍ରୀ ସନ୍ତୋଷିନୀ ପ୍ରଦାନ, ସୌଦାମିନୀ ନେଗୀ, ସତ୍ୟବତୀ ଭୋକ୍ତା, ପ୍ରତିଭା ପ୍ରଧାନ, କମିଟିର ସଦସ୍ୟ ସୁନିତ କୁମାର ସାହୁ, ମୋତିଲାଲ କର୍ଣ୍ଣ, ରାଜେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ, ଅଭିଭାବିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031