Indus Valley Times

ଲଗାଣ ବର୍ଷା ଜାରି: ରେଳଧାରଣାରେ ପଥର ଖସିଲା, ମାଲବାହୀ ଟ୍ରେନ୍ ଟନେଲରେ ଫସିଲା

 Breaking News

ଲଗାଣ ବର୍ଷା ଜାରି: ରେଳଧାରଣାରେ ପଥର ଖସିଲା, ମାଲବାହୀ ଟ୍ରେନ୍ ଟନେଲରେ ଫସିଲା

August 14
18:56 2022

ରାୟଗଡା,୧୪/୮: ଲଗାଣ ବର୍ଷା ଯୋଗୁଁ ରେଳ ଧାରଣାରେ ଖସିଲା ପଥର। ରାୟଗଡା-କୋରାପୁଟ ରେଳ ପଥର ଭାଲୁମୁସ୍କା ଷ୍ଟେସନ ନିକଟ ରେଳ ଧାରଣାରେ ଖସିଲା ପଥର। ପଥର ଖସିଯିବାରୁ ଟନେଲ ଭିତରେ ଫସି ରହିଛି ମାଲବାହୀ ଟ୍ରେନ୍।
ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ତେବେ ଏହି ଘଟଣା ବିଶେଷ କିଛି କ୍ଷୟକ୍ଷତି ହୋଇନି। ଟ୍ରେନ୍ ଟ୍ରାକ୍ ଚେକିଂ ନିମନ୍ତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପହଞ୍ଚିଛନ୍ତି।
ତେଣେ ଆଜି ମଧ୍ୟାହ୍ନରେ ୩୪ନଂ ଟନେଲ ଶିକରପାଇ ଷ୍ଟେସନ ନିକଟରେ ମାଟି ଅତଡ଼ା ଓ ଗଛ ପଡ଼ି ଯାଇଥିଲା। ଏହା ଫଳରେ ପ୍ରାୟ ୩ ଘଣ୍ଟା କୋରାପୁଟ-ରାୟଗଡ଼ା ରେଳପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ଜଗଦଲପୁର-କୋଲକତା ଯାଉଥିବା ସମଲେଶ୍ଵରୀ ଟ୍ରେନ ସିକରପାଇ ରେଳ ଷ୍ଟେସନ ନିକଟରେ ଅଟକି ରହିଥିଲା।
ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଓ ମାଟି ଅତଡ଼ା ଖସିପଡ଼ୁଥିବା ଜଣାପଡ଼ିଛି। ଏହା ପାହାଡ଼ିଆ ଅଞ୍ଚଳରେ ଟ୍ରେନ୍ ଯାତାୟତ ପ୍ରତି ବିପଦ ଠିଆ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031