Indus Valley Times

ଲଣ୍ଡାଗାଁ ଠାରୁ ସିନ୍ଧୁଗୋରା ଦେଇ ଯାଇଥିବା ଖଡ଼ଗ ନଦୀ ସେତୁ ଶୋଚନୀୟ : ସେତୁ ଉପରୁ ସିମେଣ୍ଟ ଛାଡି ଗଲାଣି

 Breaking News

ଲଣ୍ଡାଗାଁ ଠାରୁ ସିନ୍ଧୁଗୋରା ଦେଇ ଯାଇଥିବା ଖଡ଼ଗ ନଦୀ ସେତୁ ଶୋଚନୀୟ : ସେତୁ ଉପରୁ ସିମେଣ୍ଟ ଛାଡି ଗଲାଣି

ଲଣ୍ଡାଗାଁ ଠାରୁ ସିନ୍ଧୁଗୋରା ଦେଇ ଯାଇଥିବା ଖଡ଼ଗ ନଦୀ ସେତୁ ଶୋଚନୀୟ : ସେତୁ ଉପରୁ ସିମେଣ୍ଟ ଛାଡି ଗଲାଣି
July 26
22:43 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୬/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧୀନସ୍ତ ଲଣ୍ଡାଗାଁ ନିକଟରେ ରହିଛି ଖଡ଼ଗ ନଦୀ ସେତୁ କ୍ଷ ଏହି ସେତୁ ବର୍ତ୍ତମାନ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି କ୍ଷ ବେଳ ଥାଉ ଥାଉ ସତର୍କ ନ ହେଲେ କେତେବେଳେ ଯେ ଏହା ଭୁଷୁଡ଼ି ପଡିବ କେହି କହି ପାରିବେ ନାହିଁ ।
ଏହି ସେତୁ ବାଲିଗୁଡା ଠାରୁ ଯାଇଥିବା ୪୧ ନମ୍ବର ରାଜ୍ୟ ରାଜପଥ ଉପରେ ନିର୍ମିତ ।
କନ୍ଧମାଳ-ବୌଦ୍ଧ ଜିଲ୍ଲାର ସୀମାନ୍ତ ସିନ୍ଧୁଗୋରା ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଲଣ୍ଡାଗାଁ ମଧ୍ୟରେ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ବହି ଯାଇଛି ଚିରସ୍ରୋତା ଖଡ଼ଗ ନଦୀ ।
ନଦୀ ଉପରେ କନ୍ଧମାଳ ଜିଲ୍ଲା ପୂର୍ତ୍ତବିଭାଗ ପକ୍ଷରୁ ନିର୍ମିତ ହୋଇଛି ସମ୍ପର୍କର ସେତୁ ।
୬କୋଟି ଟଙ୍କା ବ୍ୟୟରେ ଏହି ସେତୁ କାମ ୧୯୯୮ରେ ଆରମ୍ଭ କରାଯାଇ ଦୀର୍ଘ ୮ବର୍ଷ ପରେ ୨୦୦୬ରେ କାର‌୍ୟ୍ୟ ସମାପ୍ତି ହୋଇଥିଲା ।
ବର୍ତ୍ତମାନ ସେତୁର ଅବସ୍ଥା ଅତି ସଙ୍ଗିନ ହୋଇ ପଡିଛି । ସେତୁ ଉପରୁ ସିମେଣ୍ଟ ଛାଡି ଯାଇ ଲୁହା ଛଡ଼ ବାହାରି ପଡିଛି ।
ବର୍ତ୍ତମାନ ହିଁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି ନ କଲେ ଆଗକୁ ଅଧିକା କ୍ଷତି ହେବା ସହ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେବ ।
ଏହି ରାସ୍ତା ଦେଇ ବୌଦ୍ଧ ଜିଲ୍ଲା ସମେତ ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଯୋଡିଥିବାରୁ ଉକ୍ତ ପୋଲ ସମ୍ପର୍କର ସେତୁ ସାଜିଛି ।ରାସ୍ତାରେ ଭାରି ଯାନ ଚଳାଚଳ ସହ ସର୍ବଦା ବ୍ୟସ୍ତବହୁଳ ରହୁଛି ।
ଫଳରେ କେତେବେଳେ ଅଘଟଣ ଘଟିବ କହିହେବ ନାହିଁ । ସେହିପରି ଲଣ୍ଡାଗାଁ ସଦର ରାସ୍ତା ମଝିରେ ପିଚୁ ଦବିଯାଇ ଗର୍ତ୍ତ ସୃଷ୍ଟି ହୋଇଛି ।ରାତି ସମୟରେ ଦୁର୍ଘଟଣା ଘଟିବାର ବହୁ ଆଶଙ୍କା ରହିଛି ।
ବାଲିଗୁଡା ବ୍ଲକ ଠାରୁ ଲଣ୍ଡାଗାଁ ପଞ୍ଚାୟତ ମଧ୍ୟରେ ୬ ଗୋଟି ପଞ୍ଚାୟତ ବାରଖମା, ରେବିଙ୍ଗିଆ, ସଲାଗୁଡା, ସୁଡୁରା, ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଶହ ଶହ ବାସିନ୍ଦା ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି ।ବାଲିଗୁଡା ଠାରୁ ଲଣ୍ଡାଗାଁ ଯିବା ବାଟରେ କଞ୍ଜକ୍ଷଲଗୁ ଘାଟି ରେ ୮ କି. ମି. ରାସ୍ତା ଖରାପ ଅଛି ।
ଏନେଇ ବାଲିଗୁଡା ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବାକୁ ଖୁଣ୍ଟିଗୋରା ଓ ଲଣ୍ଡାଗାଁ ପଞ୍ଚାୟତ ବାସୀ ପକ୍ଷରୁ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031