Indus Valley Times

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

 Breaking News

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ
November 27
20:58 2024

ଗଞ୍ଜାମ,୨୭/୧୧: ଲାଞ୍ଚ ନେବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଧରିଛି । ତାଙ୍କ ନିକଟରୁ ୧୨,୦୦୦ ଟଙ୍କା ଜବତ କରାଯାଇଛି । ସିଡିପିଓଙ୍କ ବିରୋଧରେ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛନ୍ତି ।
ବେଗୁନିଆପଡ଼ାର ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ବକେୟା ଦରମା ମୁକ୍ତ କରିବାକୁ ଲାଞ୍ଚ ମାଗିଥିଲେ । ଏ ନେଇ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଭିଜିଲାନ୍ସକୁ ଜଣାଇଥିଲେ ।
ପୂର୍ବ ଯୋଜନା ମୁତାବକ ଅଙ୍ଗନାବାଡ଼ି କେନ୍ଦ୍ରର ଜଣେ କର୍ମଚାରୀ ସିଡିପିଓଙ୍କୁ ପାଇଁ ୧୨,୦୦୦ ଟଙ୍କା ଲାଞ୍ଚ ଦେଇଥିଲେ । ସିଡିପିଓ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ତାଙ୍କ ନିକଟରୁ ସେହି ଟଙ୍କା ଜବତ କରାଯାଇଛି । ଏହା ପରେ ଭିଜିଲାନ୍ସ ସନ୍ଧ୍ୟାରାଣୀଙ୍କର ୩ ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଆଜି ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ପଡ଼ିଛନ୍ତି । ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କର ୭ଟି ସ୍ଥାନରେ ଚଢ଼ାଉ ଚାଲିଛି ।
ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ ରେଡ୍ ଜାରି ହୋଇଛି । ଏହି ଚଢ଼ାଉରେ ୭ ଜଣ ଡିଏସପି , ୫ ଜଣ ଇନିସପେକ୍ଟର, ୮ ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି । ଖଣି ଅଧିକାରୀଙ୍କ କେତେ ସମ୍ପତ୍ତି ଅଛି ତାହାର ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଭିଜିଲାନ୍ସ ଟିମ ତଦନ୍ତ ଜାରି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031