Indus Valley Times

ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବ୍ଲକ ଶିକ୍ଷା ଅଧିକାରୀ

 Breaking News

ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବ୍ଲକ ଶିକ୍ଷା ଅଧିକାରୀ

March 02
19:51 2022

ଗୁଣପୁର, ୨/୩: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୋଷ୍ଟୀ ଶିକ୍ଷା ଅଧିକାରୀ (ବିଇଓ) ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ ଧରାପଡିଛନ୍ତି।
ସୂଚନା ଅନୁସାରେ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ଛଅ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ୫୦ ପ୍ରତିଶତ ଏରିୟର କରିଦେବା ପାଇଁ ଓ ୨୯ ଜଣ ଅବସର ଶିକ୍ଷକଙ୍କ କାଗଜପତ୍ର ଭୁବନେଶ୍ବର ପଠାଇବା ପାଇିଁ ଟଙ୍କା ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।
ଭିଜିଲାନ୍ସର ଯୋଜନା ଅନୁସାରେ ଆଜି ଜଣେ ଅବସରପ୍ରାପ୍ତ ଶିକ୍ଷକ ଲାଞ୍ଚ ଟଙ୍କା ଦେଉଥିଲେ। ତେବେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଚଢ଼ଉ ହୋଇଥିଲା ।
ରାୟଗଡା ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ବରେ ଟିମ୍ ବିଇଓ ଶ୍ରୀ ବେହେରାଙ୍କ ଘରୁ ୧୦ହଜାର ଟଙ୍କା ଜବତ କରାଯାଇଛି। ବିଇଓ କାର୍ଯ୍ୟାଳୟରୁ ନଥି ପତ୍ର ମଧ୍ୟ ଜବତ ହୋଇଛି।
ସୂଚନାଯୋଗ୍ୟ, ବିଇଓ ଶ୍ରୀ ବେହେରା ୨୦୨୦ ମସିହା ଡିସେମ୍ବର ୧ ତାରିଖରେ ଗୁଣୁପୁରରେ ବିଇଓ ଭାବେ ଯୋଗଦେଇଥିଲେ। ସେ ଆଉ ୨ ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031