Legatus

ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗ: ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିକ୍ଷୋଭ

 Breaking News

ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗ: ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିକ୍ଷୋଭ

December 11
11:03 2019

ଭୁବନେଶ୍ୱର, ୧୧ ।୧୨: ଭୁବନେଶ୍ୱର ବାସିନ୍ଦା, ଉଠା ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ବୁଦ୍ଧିଜୀବୀ, ଛାତ୍ର, ମହିଳା, ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା ନିଯୋଗ ସମେତ ସେବାୟତ ଓ ବ୍ୟବସାୟୀ ମହାସଂଘ ବିରୋଧ ପରେ ପ୍ରଶାସନ ଲିଙ୍ଗରାଜ ମନ୍ଦିର ଚତୁର୍ପାଶ୍ୱର୍ ଉଚ୍ଛେଦ କାମ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ।
ଆଲୋଚନା ପରେ ଏ ଦିଗରେ ପରବର୍ତୀ ପଦକ୍ଷେପ ନିଆ ଯିବ ବୋଲି ମଙ୍ଗଳାବାର ଦିନ ପ୍ରଶାସନ ପକ୍ଷରୁ କୁହା ଯାଇଛି ।
ମିଳିଥିବା ସୂଚନା ଅନୁସାରେ ବରିଷ୍ଠ କଂଗ୍ରେସ ନେତା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ସାମୁହିକ ନେତୃତ୍ୱରେ ଆଜି ଲିଙ୍ଗରାଜ ମନ୍ଦିର ନିକଟସ୍ଥ ପୁରୁଣା ଭୁବନେଶ୍ୱର ବାସିନ୍ଦା, ଉଠା ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ବୁଦ୍ଧିଜୀବୀ, ଛାତ୍ର, ମହିଳା, ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା ନିଯୋଗ ସମେତ ସେବାୟତ ଓ ବ୍ୟବସାୟୀ ମହାସଂଘର ହଜାର ହଜାର ଜନସାଧାରଣ ଆଜି ରାଜ୍ୟ ସରକାରଙ୍କର କଳାପାହାଡ ନୀତି ପ୍ରତିବାଦରେ ବିକ୍ଷୋଭ କରିଥିଲେ । ଲିଙ୍ଗରାଜ ମନ୍ଦିର ଥାନାକୁ ତିନି ଘଂଟା ଧରି ଘେରାଉ କରିବା ସହ ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା । ଶ୍ରୀ ରାଉତରାୟ କହିଥିଲେ ଯେ ରାଜ୍ୟ ସରକାର ଏଠିକାର ବାସିନ୍ଦା ଏବଂ ଯେଉଁମାନେ ଉଚ୍ଛେଦ ଦ୍ୱାରା ପ୍ରଭାବିତ ହେବେ ସେମାନଙ୍କ ସହ ଆଲୋଚନା ନକରି ଅତର୍କିତ ଭାବେ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି ।
ଏହା ଫଳରେ ମନ୍ଦିର ଚତୁଃପାଶ୍ୱର୍ରେ ଯେଉଁମାନେ ଶହ ଶହ ବର୍ଷ ଧରି କ୍ଷୁଦ୍ର ବ୍ୟବସାୟୀ କରୁଛନ୍ତି ବା ରହି ଆସୁଛନ୍ତି, ସେମାନଙ୍କର ଜୀବନ ଜୀବିକା ଲୋପ ହୋଇଯାଉଛି । ରାଜ୍ୟ ସରକାର ଏପରି ହିଟଲରୀ ଶାସନ ନକରି ଆଲୋଚନା ମାଧ୍ୟମରେ ଏବଂ ପ୍ରଭାବିତ ଲୋକଙ୍କୁ ପ୍ରଥମେ କ୍ଷତି ପୂରଣ ଦେଇ ବା ଥଇଥାନ କରି, ପରେ ଉଚ୍ଛେଦ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି । ଏଭଳି ବିଟ୍ରିଶରାଜ ଚଲାଇଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଭଜନମଣ୍ଡପ ଓ ଏହା ପାଖରେ ଥିବା ସର୍ବସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥାକୁ ଯେପରି ଭାବରେ ଭଙ୍ଗା ଯାଇଛି ତାହାକୁ ଶ୍ରୀ ରାଉତରାୟ ନିନ୍ଦା କରିଛନ୍ତି ।
ଏଠାରେ ପ୍ରଭାବିତ ଲୋକ ରାସ୍ତାଉପରେ କାନ୍ଦୁଥିବା ବେଳେ ରାଜ୍ୟ ସରକାର ନାଲିଆଖି ଦେଖାଇ ସେମାନଙ୍କୁ ଦମନ କରିବା ପାଇଁ ଯେଉଁ ଅପଚେଷ୍ଟା କରିଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଆନ୍ଦୋଳନ ଚାଲିଥିବା ବେଳେ ଘଟଣାସ୍ଥଳକୁ ଏଡିଏମ୍, ଏସିପି, ବିଡିଏ କର୍ତୃପକ୍ଷ, ବିଏମ୍ସିର ଡେପୁଟି କମିଶନର ଆସି ଆଲୋଚନା କରିବା ପରେ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ରଖିବା ପରେ ସେଠାରେ ଆନ୍ଦୋଳନକୁ ସାମୂହିକ ଭାବେ ବନ୍ଦ କରାଯାଇଛି । ସରକାର ଯଦି ଆଲୋଚନା ନକରି ଉଚ୍ଛେଦ କରିବେ, ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି ।
ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ବଡ଼ୁନିଯୋଗ ସଂପାଦକ କମଳାକାନ୍ତ ବଟୁ, ବ୍ରାହ୍ମଣୀ ନିଯୋଗ ସଂପାଦକ ବିଂରଚି ନାରାୟଣ ପତି, ବ୍ୟବସାୟୀ ସଂଘ ସଭାପତି ଟୁଟୁ ପଣ୍ଡା, ଏକ୍ରାମ ସାଂସ୍କୃତି ପ୍ରକାଶନୀ ସଂପାଦକ ସନତ ମିଶ୍ରଙ୍କ ସମେତ ସମୀର ମହାନ୍ତି, ବାବୁ ସିଂ, ଅମୀୟ ଦାସ, ରଶ୍ମି ମହାପାତ୍ର, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ଦୀପକ ମହାପାତ୍ର, ଜୟକୃଷ୍ଣ ମଲିଆ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ତାପସ ଦଳେଇ, ଶିବ ବେହେରା, ମଦନମୋହନ ପ୍ରଧାନ, ନିଳମଣି ମିଶ୍ର, ନୃସିଂହ ମହାପାତ୍ର, ରାଧାମୋହନ ମହାପାତ୍ର, କପିଳ ପଣ୍ଡା, ଶ୍ରୀପତି ପତି, ଲୁଲୁ ପଢିହାରୀ, ମନୋରଂଜନ ବଟୁ, ରଂଜିତ ପାତ୍ର, ରାଜା ଗରାବଡୁ, ରତି ଗରାବଡୁ, ଚକ୍ରଧର ବେହେରା, ଶେଷ ଗରାବଡୁ, ଟୁଟୁ ପଣ୍ଡା, ଦିପ୍ତିମୟୀ ମକଦମ, ସୁଭାସିନୀ ପୃଷ୍ଟି, ଏଲିନା ପାଲ, ଶ୍ରୀୟାସ୍ମିତା ପଣ୍ଡା, ମହେଶ୍ୱର ପଣ୍ଡା, ଅମରେନ୍ଦ୍ର ଗରାବଡୁ, ସଂକୁନା କହଁର, ମୁନି ଥାପା, ଲୁଲୁ ମହାପାତ୍ର, ସୁରେଶ ପୂଜାପଣ୍ଡା, ପ୍ରଶାନ୍ତ ସମର୍ଥା, ରତିକାନ୍ତ ମହାଶୁଆର, ପୃଥିବୀ ମହାପାତ୍ର, କେଦାର ନାଥ ମହାପାତ୍ର, ଚକ୍ରଧର ବେହେରା, ଅନିକେତ ବଟୁ, ସୁନିଲ ପଣ୍ଡା, ଅଭିଷେକ ନାୟକ, ହଂସରାଜ ଜେନା, ଶିବପ୍ରସାଦ ଶ୍ରୀଚନ୍ଦନ, କୈଳାସ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଆସନ୍ତା କାଲି ପ୍ରଶାସନ ସହ ଏକ ଜରୁରୀ ବୈଠକ ସ୍ଥାନୀୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଲିଙ୍ଗରାଜ ଭଜନ ମଣ୍ଡପରେ ଅନୁଷ୍ଠିତ ହୋଇ ସମାଧାନର ସୂତ୍ର ବାହାରିବାର ଶ୍ରୀ ରାଉତରାୟ ଆଶାବ୍ୟକ୍ତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31