Indus Valley Times

ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ

 Breaking News

ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ

ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ
May 04
11:54 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ଲୋଇସିଂହା/ବଲାଙ୍ଗିର, ୪/୫: ଚଳିତ ଶିକ୍ଷା ବର୍ଷରେ ଲୋଇସିଂହା ରେ ଆରମ୍ଭ ହୋଇଥିବା ବ୍ରାଇଟମୂର୍ ଇଣ୍ଟରନ୍ୟାସନାଲ ସ୍କୁଲ ରେ ଗ୍ରୀଷ୍ମକାଳୀନ ଶିବିରର ଶୁଭ ଉଦ୍ଘାଟନ ହୋଇଯାଇଛି।
ଛୁଟି ଦିନ ମାନଙ୍କରେ ମଧ୍ୟ ପାଠପଢ଼ା ସହ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ କରାଇବା ଏହି ଶିବିରର ମୂଳ ଉଦ୍ଦେଶ୍ୟ।
ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷା ମାମିନା ବାରିକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସଦସ୍ୟା ସୁଭାଷିନୀ ନନ୍ଦଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କାଞ୍ଚନ ମଞ୍ଜରୀ ହନୁମାନ ଏବଂ ସମ୍ମାନିତ ଅତିଥି ଭାବେ ଜେଏସଏମ୍ କଲେଜର ପ୍ରଶାସନିକ ଅଧିକାରୀ ମିଷ୍ଟର ଶୈଳେଶ କୁମାର ପାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ।
ଗ୍ରୀଷ୍ମକାଳୀନ ଶିବିରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷାମୂଳକ, ସୃଜନଶୀଳ,କ୍ରୀଡା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକଳାପରେ ଉତ୍ସାହର ସହ ଅଂଶଗ୍ରହଣ କରୁଥିବା ଯୋଗୁ ଆଗାମୀ ଦିନରେ ଏକ ସୁନାଗରିକ ଭାବେ ନିଜକୁ ଗଢ଼ି ପାରିବେ।
ଖେଳ ଖେଳରେ ଶିଖିବାର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିପାରିଛି।
ବିଦ୍ୟାଳୟ ପରିଚାଳନା କମିଟି ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏପରି ଅନେକ ନୂତନ ଓ ଗୁଣାତ୍ମକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖିବେ ବୋଲି ଦୃଢୋକ୍ତି ର ସହ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930